ପୁରୀ, ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତମାନଙ୍କ ସୁବିଧା ପାଇଁ ଏକ ସମୀକ୍ଷା ବୈଠକ ଆଜି ପୂର୍ବାହ୍ନ 11ଟାରେ ଆରମ୍ଭ ହୋଇଛି l ଏହି ବୈଠକ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି l ବୈଠକରେ ଭକ୍ତମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେଉଛି l ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଛନ୍ତି l ପ୍ରତି ମଙ୍ଗଳବାର ଏହି ବୈଠକ ହେବ l ପ୍ରଥମ ବୈଠକ ଆଜି ଆରମ୍ଭ ହୋଇଛି l ମନ୍ଦିର ଭିତର ଓ ବାହାର ପରିଷ୍କାର ରଖିବା, ଜଳ ଯୋଗାଣ, ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ଜୋତା, ମୋବାଇଲ, ଲଗେଜ ରଖିବା, ଶୌଚାଳୟ ସମ୍ପର୍କରେ ବେୈଠକରେ ଆଲୋଚନା ହେଉଛି l ବୈଠକରେ ପୌରସଂସ୍ଥା, ପି.ଏଚ.ଡି, ଇଡକୋ, ଏ.ଏସ.ଆଇ., ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି l
Related Stories
November 23, 2024