
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ସ୍ଥିତ ଶାବେରୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଚାଲାଣକାରୀଙ୍କ ବିରୋଧରେ ପ୍ରଶାସନ ଶକ୍ତ ହୋଇଛି । ଏଥିପାଇଁ ରାଜସ୍ୱ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବରେ ଶାବେରୀ ନଦୀ କୂଳରେ ବେଆଇନ ଭାବେ ଲୋଡ୍ ହେଉଥିବା ବାଲି ଟ୍ରାକ୍ଟର ଉପରେ ଚଢ଼ଉ କରାଯାଇଛି । ଘଟଣାରେ ଟ୍ରାକ୍ଟରକୁ ଜବତ କରାଯିବା ସହିତ ୨୫ ହଜାର ଟଙ୍କା ରାଜସ୍ଵ ଅଦାୟ କରାଯାଇଥିବା ପଡିଆ ରାଜସ୍ଵ ନିରୀକ୍ଷକ ଚିନ୍ମୟ କୁମାର ମହାପାତ୍ର କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ବିଗତ ଦିନରେ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶାବେରୀ ନଦୀରୁ ବେଆଇନ ଭାବେ ପଡୋଶୀ ରାଜ୍ୟକୁ ବାଲି ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ଅନ୍ୟପଟେ ପଡୋଶୀ ରାଜ୍ୟର ଟ୍ରାକ୍ଟର ଓଡିଶା ସୀମାରେ ପଶି ବାଲି ନେଉଥିବାରୁ ବିଭିନ୍ନ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥାଏ । ରାଜସ୍ଵ ବିଭାଗର ଏଭଳି ଚଢ଼ଉ ଶାବେରୀ ନଦୀରୁ ବେଆଇନ ଭାବେ ପଡୋଶୀ ରାଜ୍ୟକୁ ବାଲି ଚାଲାଣ କରୁଥିବା ଚାଲାଣକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ ବୋଲି କୁହାଯାଉଥିବା ବେଳେ ଆଗାମୀ ଦିନରେ ବାଲି ଚାଲାଣକାରୀଙ୍କ ଉପରେ କିଭଳି ପ୍ରଭାବ ପଡୁଛି ତାହା ଦେଖିବାକୁ ବାକି ରହିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO