କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ମଙ୍ଗଳବାର 11.30 ସମୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ଉର୍ନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ |ଏହି ଲୋକାର୍ପଣ ସମାବେଶ ରେ ଉପସ୍ଥିତ ରାଜ୍ଯ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ପିପିଲି ଓ ଡେଲାଙ୍ଗ ଠାରେ ଅନୁଷ୍ଠିତ ଭର୍ଚୁଆଲ୍ ସମାବେଶରେ 70 କୋଟିରୁ ଉର୍ଦ୍ଧ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିଛନ୍ତି l
ଉଭୟ ବ୍ଲକରେ ଅନୁଷ୍ଠିତ ଦୁଇଟି ଭର୍ଚୁଆଲ୍ ସମାବେଶକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି ପିପିଲି ଡେଲାଙ୍ଗର ବିକାଶକୁ ଆଗକୁ ନିଆଯିବ ବୋଲି କହିଥିଲେ ଏବଂ ପିପିଲିର ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଏହି ଭର୍ଚୁଆଲ୍ ସମାବେଶରେ ଉଦବୋଧନ ଦେଇ ରାଜ୍ଯ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ପିପିଲି ଡେଲାଙ୍ଗରେ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଉଥିବା ମେଗା ପିଇବା ପାଣି ପ୍ରକଳ୍ପ , ଆଦର୍ଶ ବିଦ୍ୟାଳୟ ଓ 5ଟି ବିଜୁ ସେତୁ ପ୍ରକଳ୍ପ ନିର୍ମାଣ ସମ୍ପର୍କର କହିଥିଲେ l ଏହି ଅବକାଶରେ ଶ୍ରୀ ଦାସବର୍ମା ପୁରୀ ଜଗନ୍ନାଥ କ୍ଷେତ୍ରର ବିକାଶ ଲାଗୀ ମାନ୍ୟବର ମୁଖ୍ୟମନ୍ତ୍ରୀ ବଜେଟେରେ 542 କୋଟି ବ୍ୟୟବରାଦ କରିଥିବାରୁ କୃତଜ୍ଞତା ଜଣାଇଥିଲେ l ପୁରୀ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ l