ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଠାରେ ସମୁଦ୍ରଭିତିକ ମାଛଧରା ବନ୍ଦର (ଫିସିଙ୍ଗ ହାର୍ବର) ପ୍ରତିଷ୍ଠା ପ୍ରସ୍ତାବ ରହିଛି । ଏହାର ଡ଼ି.ପି.ଆର. ପ୍ରସ୍ତୁତି ଚାଲିଛି । ମଡ଼େଲ୍ ଷ୍ଟଡ଼ି ପୁନେ ସ୍ଥିତ ସେଂଟ୍ରାଲ ୱାଟର ପାୱାର ରିସର୍ଚ୍ଚ ଷ୍ଟେସନ ସଂସ୍ଥା ଏହି କାର୍ଯ୍ୟ କାରୁଛି । ଏହି ସଂସ୍ଥାର ଦୁଇ ଜଣିଆ ବୈଜ୍ଞାନିକ ଟିମ୍ ରେ ଡଃ. ଜେ.ଡି. ଅଗ୍ରୱାଲ ଓ ଜେ. ସିହ୍ନା ଆର୍ଯ୍ୟପଲ୍ଲୀ ଆସି ବନ୍ଦର ହେବାକୁ ଥିବା ଅଂଚଳର ପରିବେଶ, ମୃତିକା ଓ ଜଳର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ମାଟି ଓ ଜଳର ନମୂନା ସଂଗ୍ରହ କରି ଫେରିଛନ୍ତି । ବୈଜ୍ଞାନିକ ଦ୍ୱୟଙ୍କ ଅନୁଧ୍ୟାନ ବେଳେ ମତ୍ସ୍ୟ ବିଭାଗ ଅଧିକାରୀ ଆଲୋକ ରଞ୍ଜନ ପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ବିଭୂତି ଭୂଷଣ ଜେନା, ଜିଲ୍ଲା ମତ୍ସ୍ୟକର୍ମୀ ୟୁନିଅନର ସଭାପତି ବି. ସୀମାଦ୍ରି, ଏନ୍. ନାନେୟା, ଏସ. ରାଜା ରାଓ, ବି. ଶଙ୍କର, ବି. ଗାଡେୟାଙ୍କ ସମେତ ଅନ୍ୟାନ୍ୟ ଗ୍ରାମର ବହୁ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ ।