
ଭୁବନେଶ୍ୱର, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ଆର୍ଥିକ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ମୋଟ ରାଜସ୍ୱ ଓ ପ୍ରାପ୍ତି ବାବଦକୁ ୬୭୮୮୩ କୋଟି ୩୭ ଲକ୍ଷ ଟଙ୍କା ଆଦାୟ ହୋଇଛି । ଏହା ଲକ୍ଷ୍ୟ ଧାର୍ଯ୍ୟ ପରିମାଣର ୫୫ ପ୍ରତିଶତ ଅଟେ । ସଭ୍ୟ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ପଚରା ଯାଇଥିବା ମୂଳ ପ୍ରଶ୍ନ ଓ, ନରସିଂହ ମିଶ୍ର, ପ୍ରଦୀପ ଅମାତ, ଗଣେଶ ରାମ ସିଂହ ଖୁଂଟିଆ, ଅମର ସତପଥୀ ଓ ସୁରେଶ ରାଉତରାୟଙ୍କ ଦ୍ୱାରା ପଚାରା ଯାଇଥିବା ଅତିରିକ୍ତ ପ୍ରଶ୍ନର ଉତର ଦେଇ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହା ମଧ୍ୟରୁ ନିଜସ୍ୱ ଟିକସ ରାଜସ୍ୱ ବାବଦକୁ ୨୧,୯୪୧ କୋଟି ୭୦ ଲକ୍ଷ ଟଙ୍କା,ନିଜସ୍ୱ ଅଣ ଟିକସ ବାବଦକୁ ୧୨,୧୫୭ କୋଟି ୩୩ ଲକ୍ଷ କୋଟି ଟଙ୍କା , କେନ୍ଦ୍ର ସରକାରଙ୍କ ଠାରୁ କେନ୍ଦ୍ରୀୟ ଅନୁଦାନ ବାବଦକୁ ୧୬,୬୭୧ କୋଟି ୮ ଲକ୍ଷ ଟଙ୍କା, କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦକୁ ୧୭,୨୦୩ କୋଟି ୨୬ ଲକ୍ଷ ଆଦାୟ ହୋଇଛି ଯାହା ଗତ ଆର୍ଥିକ ବର୍ଷ ଅନୁରୂପ ସମୟର ପ୍ରାପ୍ତି ଠାରୁ ୮.୪୨ ପ୍ରତିଶତ କମ ଅଟେ ।