
ଭୁବନେଶ୍ୱର,ବିଧାୟକ ମାନେ ନିଜ ନିଜ ଅଂଚଳରେ ନୂତନ ପୋଲିସ ଷ୍ଟେସନ ଓ ଫାଣ୍ଡି ସ୍ଥାପନ କରିବାକୁ ନେଇ ଉଦବେଗକୁ ଆଖି ଆଗରେ ରଖି ଏ ସମ୍ପର୍କରେ ବିଧାୟକ ମାନଙ୍କ ଠାରୁ ପ୍ରସ୍ତାବ ମାଗିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦେଶ ଦେଇଛନ୍ତି । ଶାସକ ଦଳର ସଭ୍ୟ ଭୂପିନ୍ଦର ସିଂହଙ୍କ ଥାନା ସମ୍ପର୍କିତ ଏକ ପ୍ରଶ୍ନ ଉପରେ ଆଲୋଚନା େବେଳେ ବାଚସ୍ପତି ଏହି ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶକୁ କାର୍ଯ୍ୟକାରୀ କରା ଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।
ଆଲୋଚନା କାଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଅନେକ ବିଧାୟକଙ୍କର ସେମାନଙ୍କର ନିଜ ନିଜ ଅଂଚଳରେ ଥାନା ଓ ଫାଣ୍ଡି ସ୍ଥାପନ କରିବାକୁ ଦାବି ରହିଛି । ତେଣୁ ସେ ସମସ୍ତ ବିଧାୟକ ମାନଙ୍କୁ ଏ ସମ୍ପର୍କରେ ସାତ ଦିନ ମଧ୍ୟରେ ଲିଖିତ ଭାବେ ପ୍ରସ୍ତାବ ଦେବାକୁ କୁହନ୍ତୁ । ସେହି ପ୍ରସ୍ତାବ ମିଳି ସାରିଲା ପରେ ସେଗୁଡିକୁ ସଂପୃକ୍ତ ଜିଲ୍ଲାର ଏସପି ମାନଙ୍କୁ ଏଗୁଡିକର ଫିଜିବିଲିଟି ସମ୍ପର୍କରେ ରିପୋର୍ଟ ମଗାନ୍ତୁ । ସେମାନଙ୍କ ଠାରୁ ରିପୋର୍ଟ ମିଳିଲା ପରେ ସେଗୁଡିକୁ ବିଧାୟକ ମାନଙ୍କୁ ଦେବା ପାଇଁ ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO