-
ଯାଂଚ କରୁଛି ବିଏମସିର ୫ ସ୍ୱତନ୍ତ୍ର ସ୍କ୍ୱାର୍ଡ

ଭୁବନେଶ୍ୱର,କୋଭିଡ୍ କଟକଣା ନମାନିଲେ ଅମାନିଆଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । କୋରାନା ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ ନୂଆ ଆଡଭାଇଜରୀ ଜାରି କରାଯାଇଛି । କମିଶନରେଟେ ପୋଲିସ ସହ ଆଲୋଚାନା କରି କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ରହିଛି । ବିଏମସି ପକ୍ଷରୁ ୫ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଯାଂଚ ଆରମ୍ଭ ହୋଇଛି । ବିଏମସିର ସମସ୍ତ ୩ଟି ଜୋନରେ ଅମାନିଆଙ୍କୁ ଜୋରିମାନା କରାଯିବ । ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ।
ସେହିପରି ଭୁବନେଶ୍ୱର ଆଇଆରସି ଭିଲେଜର ଏକ ସ୍କୁଲରେ ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେବାପରେ ସମ୍ପୃକ୍ତ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖାଯାଇଛି । ୨ ଦିନ ପାଇଁ ସ୍କୁଲକୁ ବନ୍ଦ ରଖଶଯାଇ ସାନିଟାଇଜ୍ କରାଯାଇଛି । ସ୍କୁଲରେ ଅନ୍ୟ କାହାରି ଠାରେ ଲକ୍ଷଣ ନ ଥିବା କହିଛନ୍ତି ବିଏମସି କମିଶନର ।
ସେ କହିଛନ୍ତି ଯେ, ସେ ସ୍କୁଲ କର୍ତୃପକ୍ଷ ଏବଂ ଡିଇଓଙ୍କ ସହ ସମ୍ପର୍କରେ ଅଛନ୍ତି । ଯଦି ଅନ୍ୟ ମାନଙ୍କର ଲକ୍ଷଣ ଦେଖାଯାଏ, ତାହେଲେ ସେମାନଙ୍କର ପରୀକ୍ଷା କରାଯିବ । ତେବେ ଏଯାଏଁ ପିଲାମାନଙ୍କର କୋଭିଡ ପରୀକ୍ଷା କରାଯାଇ ନାହିଁ । ଯଦି ପିଲାଙ୍କର କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କର ପରୀକ୍ଷା କରାଯିବ ବୋଲି ବି.ଏମ.ସି କମିଶନର ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO