-
ସାତପଡ଼ା ଠାରୁ ଜହ୍ନିକୁଦା ସ୍ଥାୟୀ ସେତୁ ନିର୍ମାଣ ଦାବୀ କରାଯାଇଛି,
ଦିନ ୧ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ କମଳେଶ୍ୱର ୩୫ ନ ମଉଜା କମିଟି ଆହ୍ୱାନରେ କମଳେଶ୍ୱରଙ୍କ ପିଠରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇଛନ୍ତି । ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି ଗୋପାଳପୁର ଠାରୁ ଦୀଘା ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ସାତପଡ଼ା ଠାରୁ ପୁରୀ ରାସ୍ତା ନିର୍ମାଣ ଓ ଚିଲିକା ଉପରେ ଏକ ବ୍ରିଜର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ କୁ ନିନ୍ଦା କରିଛନ୍ତି । ଏହି ପ୍ରକଳ୍ପ ଦୁଇଟି ର ନିର୍ମାଣ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ୩୫ ମଉଜା ପଣା ଯାତ୍ରା କମିଟିର ସଭାପତି ଶ୍ରୀଯୁକ୍ତ ଦାମୋଦର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ରହ୍ମଗିରିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲଲିତେନ୍ଧୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ବିଶିଷ୍ଟ ବାମପନ୍ଥୀ ନେତା ଜଗନ୍ନାଥ ପତି ଓ ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ସଭାରେ ଯୋଗ ଦେଇ ତାଙ୍କ ବକ୍ତବ୍ୟ ଉପସ୍ଥାପନା କରିଥିଲେ ।