
ପଢି ଆସୁଥିଲେ କରୋନା ପାଇଁ ସ୍କୁଲ କୁ ଗତ ମାର୍ଚ୍ଚ ମାସରେ ବନ୍ଦ ହୋଇ ଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦେଇଥିଲେ କି ଯେଉଁ ସ୍କୁଲରେ ଛାତ୍ର ଛାତ୍ରୀ ସଂଖ୍ୟା କାମ ଥିବ ସେହି ସ୍କୁଲକୁ ବନ୍ଦ କରି ନିକଟରେ ଥିବା ସ୍କୁଲରେ ଛାତ୍ର ଛାତ୍ରୀ ମାନେ ଶିକ୍ଷାଲାଭ କରିବେ ଯାହା ଫଳରେ ସେହି ସ୍କୁଲରେ ଦୁଇ ଜଣ ଶିକ୍ଷୟତ୍ରୀ ଙ୍କୁ ନିକଟରେ ଥିବା ରଙ୍ଗାଢ଼ିପା ଗ୍ରାମ ସ୍କୁଲକୁ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ବଦଳି କରିବା ସହ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଉକ୍ତ ସ୍କୁଲରେ ପଢିବା ପାଇଁ ଆଦେଶ ଦେଇଥିଲେ।ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଙ୍କ ଆଦେଶ ଦେଇଥିଲେ ଯେ ଯେଉଁ ସ୍କୁଲ ରେ ୧୫ଜଣ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଥିବେ ସେହି କୁ ବନ୍ଦ ନକରି ପୂର୍ବ ପରି ସେଠାରେ ସ୍କୁଲ ରେ ପିଲାମାନେ ପାଠ ପଢି ପାରିବେ ପାଇଁ ଗତ ନଭେମ୍ବର ମାସରେ ବିଭିନ୍ନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାର
ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ରାଜଗାଙ୍ଗପୁର ବ୍ଲକ ଶିକ୍ଷା ବିଭାଗରେ । ଉକ୍ତ ସ୍କୁଲର ବଦଳି ହୋଇ ଯାଇଥିବା ଶିକ୍ଷୟତ୍ରୀ ରଙ୍ଗାଢ଼ିପା ସ୍କୁଲକୁ ପ୍ରାୟ ଅନୁପସ୍ଥିତ ରହୁ ଥିବା ଶୁଣିବାକୁ ମିଳୁଛି ରାଜ୍ୟସରକାରଙ୍କ ନିର୍ଧେଶ ଯେ ସ୍କୁଲର ଛାତ୍ରଛାତ୍ରୀ ଙ୍କୁ ମିଳୁଥିବା ମଧ୍ୟାହ୍ନ ଭୋଜନର ଚାଉଳ ଡାଲି ବିତରଣ କରିବା ପାଇଁ କିନ୍ତୁ ପିଲାମାନଙ୍କୁ ଏଥିରୁ ବଞ୍ଚିତ କରା ଯାଇ ଥିବା ଅଭିଯୋଗ ହୋଇଛି। ଏହି ସ୍କୁଲରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ପ୍ରାୟ ଅଧିବାସୀ ଗରିବ ଶ୍ରେଣୀର ଏମାନଙ୍କ ଚଳପ୍ରଚାଳର ସ୍ଵଛତା ସେପରି ସୁବିଧା ଜନକ ନୁଁହ । ଏପରିସ୍ଥିତି ରେ ସ୍କୁଲରେ ଶିକ୍ଷା ଲାଭ କରୁଥିବା ଛାତ୍ର ଛାତ୍ରୀ ମାନେ ପ୍ରାୟ ଭୋକରେ କାଳ ତିପାତ କରୁଥିବା ପରିଲକ୍ଷିତ ହେଉଛି । ସରକାର ଶିକ୍ଷାକୁ ଅଗ୍ରାଧିକାର ଦେଇ ବିଭିନ୍ନ ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀ ସହ ଶିକ୍ଷା ଅଧିକାରୀ ସି ଆର ସି ମାନେ ଥିଲେ ମଧ୍ୟ କିପରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ଅନୁଭବ କରାଯାଉଛି ଏପରିକି ଉକ୍ତ ସ୍କୁଲକୁ ଜଣେ ରେଳବାଇ କଣ୍ଟ୍ରାକ୍ଟର କୁ ଭଡାରେ ଦିଆଯାଇ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ରାଜ୍ୟ ଗୋଇନ୍ଦା ବିଭାଗ ଦ୍ଵାରା ତଦନ୍ତ କରିବା ପାଇଁ ,ସାଧାରଣରେ ଦାବୀ କରିଛନ୍ତି।