
ମାଲକାନଗିରି, ଯୁଗେ ଯୁଗେ ସୃଷ୍ଟିରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ଗୁରୁ । ବିନା ଗୁରୁରେ କୋୖଣସି କାର୍ଯ୍ୟ ସମ୍ଭବ ହୋଇ ନ ପାରେ । ଗୁରୁ ପ୍ରକୃତରେ ଈଶ୍ୱର ପଦବାଚ୍ୟ । ଆମେ ଆମ ଜିଲ୍ଲାର ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଆଦର୍ଶ ଗୁରୁ ପାଇଛୁ । ଯିଏକି ଛାତ୍ର ବତ୍ସଳ, ମାନବ ପ୍ରେମୀ, ଆଦର୍ଶ ଗୁରୁ, ପରିବେଶବିତ୍, ସମାଜସେବୀ, ସୁସଂଗଠକ, ସ୍ୱନାମଧନ୍ୟ କବି କରୁଣାକର ମଲିକ । ଯିଏକି ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ଅନେକ ସମୟରେ ସମ୍ମାନିତ ହୋଇଛନ୍ତି । ସେହିପରି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ଶୂଦ୍ରମୁନି ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ -୨୦୨୧ ତଥା ୨୨ ତମ ସାରଳା ଦାସ ପ୍ରତିଭା ସମ୍ମାନ-୨୦୨୧ ସାରଳା ଏକାଡେମୀ ଭୁବନେଶ୍ୱର ତରଫରୁ ଆୟୋଜିତ ଏକ ସାନ୍ଧ୍ୟ କାଳୀନ ବର୍ଣ୍ଣାଢ଼୍ୟ ସମାରୋହରେ ଶ୍ରୀ ମଲିକଙ୍କୁ ” ଜ୍ଞାନ ଗୁରୁ ସାରଳା ପ୍ରତିଭା ସମ୍ମାନ -୨୦୨୧ “ରେ ମାନପତ୍ର, ମୋମେଣ୍ଟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଖବର ପାଇବା ପରେ ମାଲକାନଗିରି ଜିଲ୍ଲାର ବୁଦ୍ଧିଜୀବି ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।