
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ବହୁ ସ୍ବୟଂ ସହାୟକ ଗୋଷ୍ଠୀ ବିଭିନ୍ନ ତାଲିମ୍ ନେଇ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି । ସେଥିମଧ୍ୟରୁ ମାଲକାନଗିରି ବ୍ଲକର ବୀରଲକ୍ଷ୍ମଣପୁର ପଞ୍ଚାୟତର ସିନ୍ଧିବାଡି ଗ୍ରାମର ତ୍ରିବେଣୀ ସ୍ବୟଂ ସହାୟକ ଗୋଷ୍ଠୀ, ଶିବଶ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସ୍ବରାଜ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଓଡିଶା ଜୀବିକା ମିଶନ ତରଫରୁ ଆୟୋଜିତ ତାଲିମ କେନ୍ଦ୍ରରେ ଛତୁ ଚାଷ କରିବାର ତାଲିମ ଗ୍ରହଣ କରି ଏବେ ନିଜ ଅଂଚଳରେ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ପ୍ରତିଦିନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିୟମିତ ଛତୁ ଫାର୍ମକୁ ଆସି ପାଳ ବାନ୍ଧିବା ସହ ଛତୁ ମଂଜି ପକାଇ ତାହା କିପରି ଅଧିକରୁ ଅଧିକ ଛତୁ ବାହାରିବ ସେନେଇ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ପ୍ରତିଦିନ ୪ ହଜାରରୁ ୫ ହଜାର ଟଂକା ପର୍ଯ୍ୟନ୍ତ ଛତୁ ବ୍ୟବସାୟରୁ ମିଳୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପ୍ରକାଶ କରିଛନ୍ତି। ତେବେ ମାଲକାନଗିରି ଜିଲ୍ଲାରେ ଛତୁ ବଜାର ନଥିବା ବେଳେ ଲୋକେ କିନ୍ତ ଛତୁ ଖାଇବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବା ଦେଖବାକୁ ମିଳିଛି । ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଅଂଚଳରେ ଛତୁ ବିକ୍ରି କରିବା ସହ ମାଲକାନଗିରି ସହରରେ ମଧ୍ୟ ଛତୁ ବ୍ୟବସାୟ କରୁଛନ୍ତି । ଛତୁ ଚାଷ ଏକ ଲାଭ ଜନକ ବ୍ୟବସାୟ ବୋଲି ଏମାନେ କୁହନ୍ତୁ। ବର୍ଷ ତମାମ ଛତୁ ବାହାରୁଛି ବୋଲି କହନ୍ତି। ପାଳ ଛତୁ ଓ ଢିଙ୍ଗିରି ଛତୁ ଚାଷ କରାଯାଉଥିବାରୁ ଲୋକେ ଏହି ଦୁଇ ପ୍ରକାର ଛତୁକୁ କିଣିବା ପାଇଁ ବଜାରରେ ଭିଡ ଜମାଉଛନ୍ତି । ପାଳ ଛତୁ କିଲୋ ପିଛା ଦୁଇ ଶହ ଚାଳିଶି ଟଙ୍କା ରହିଥିବା ବେଳେ ଢିଙ୍ଗିରି ଛତୁ କିଲୋ ପିଛା ଦୁଇ ଶହ ଟଙ୍କା ରହଥିବା ଜଣାପଡିଛି । ସମସ୍ତ ସଦସ୍ୟାମାନଙ୍କ ଉଦ୍ୟମରେ ଛତୁ ଚାଷ କରିବା ଠାରୁ ଆରମ୍ଭ କରି ଏହାକୁ ବଜାରରେ ବିକ୍ରି କରିବା ପର୍ଯ୍ୟନ୍ତ ସହଯୋଗ ଜାରି ରହିଥିବା କୁହାଯାଇଛି । ଜିଲ୍ଲାର ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଏଭଳି ବିଭିନ୍ନ ପ୍ରକାର ବ୍ୟବସାୟର ତାଲିମ୍ ନେଇ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କୁହାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO