ମୁମ୍ବାଇ ,ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୫,୪୨୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩୮ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୦,୮୧,୫୨୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୫୧,୬୬୯ ଜଣ ମୃତ୍ୟୁବରଣ କରିଛନ୍ତି ।
କର୍ଣାଟକରେ ଗତ ୨୪ ଘଂଟାରେ ୪୦୬ କରୋନାର ନୂଆ ମାମଲା
ବେଙ୍ଗାଲୁରୁ ,କର୍ଣାଟକରେ ଗତ ୨୪ ଘଂଟାରେ ୪୦୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୪୬,୮୬୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୨୮୨ଜଣଙ୍କର ମୃତ୍ୟୁ ଘଟିଛି ।