
ଭୁବନେଶ୍ୱର,ବିରୋଧୀ ଦଳର ପ୍ରବଳ ପାଟିତୁଣ୍ଡ ଓ କକ୍ଷ ତ୍ୟାଗ ମଧ୍ୟରେ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଗୁରୁବାର ଦିନ ଆରମ୍ଭ ହୋଇଛି । କୋଟିଆ, ଧାନ ମଣ୍ଡି ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ନାରାବାଜୀ କରି କକ୍ଷତ୍ୟାଗ କରିଥିଲେ ।
ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ପ୍ରଦାନ କରିବା ଆରମ୍ଭ କରିବାକୁ ଗଲାବେଳେ କଂଗ୍ରେସ ଦଳର ସଦସ୍ୟ ତାରା ପ୍ରସାଦ ବାହିନୀ ପତି ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ । କିଛି ସମୟ ନାରାବାଜୀ କରିବା ପରେ କଂଗ୍ରେସ ବିଧାୟକ ମାନେ ସରକାରଙ୍କୁ ସମାଲୋଚନା କରି ଗୃହରୁ କକ୍ଷତ୍ୟାଗ କରି ଥିଲେ । ଏହାର କିଛି ସମୟ ପରେ ବିଜେପି ଦଳର ବିଧାୟକ ମାନେ ମଧ୍ୟ କକ୍ଷତ୍ୟାଗ କରିବା ଦେଖା ଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO