

ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ପ୍ରଦାନ କରିବା ଆରମ୍ଭ କରିବାକୁ ଗଲାବେଳେ କଂଗ୍ରେସ ଦଳର ସଦସ୍ୟ ତାରା ପ୍ରସାଦ ବାହିନୀ ପତି ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ । କିଛି ସମୟ ନାରାବାଜୀ କରିବା ପରେ କଂଗ୍ରେସ ବିଧାୟକ ମାନେ ସରକାରଙ୍କୁ ସମାଲୋଚନା କରି ଗୃହରୁ କକ୍ଷତ୍ୟାଗ କରି ଥିଲେ । ଏହାର କିଛି ସମୟ ପରେ ବିଜେପି ଦଳର ବିଧାୟକ ମାନେ ମଧ୍ୟ କକ୍ଷତ୍ୟାଗ କରିବା ଦେଖା ଯାଇଥିଲା ।