
ବାଲେଶ୍ୱର, ମଦ୍ୟପ ପୁଅର ଖଣ୍ଡା ଚୋଟରେ ମାର ମୃତ୍ୟୁ ଘଟିଛି । ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମୀରପୁର ଖଇରା ଗ୍ରାମରେ ।ଗତକାଲି ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ପୁଅ ଜଗବନ୍ଧୁ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରେ ମା ମଣିଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଢ଼େଙ୍ଗା ଓ ଖଣ୍ଡାରେ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା । ବାପା ଓ ଭଉଣୀ କୌଣସି ପ୍ରକାରେ ଜୀବନ ବଂଚାଇବାରେ ସଫଳ ହୋଇଥିଲେ ହେଁ ମା ମଣିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଜଗବନ୍ଧୁ ତାଙ୍କୁ ଠେଙ୍ଗାରେ ପିଟିବାରେ ସେ ଟଳି ପଡିଥିଲେ । ଏତିକିରେ ଜଗବନ୍ଧୁର କ୍ରୋଧ ଥମି ନଥିଲା । ସେ ମାକୁ ଖଣ୍ଡାରେ ଭୁଷି ହତ୍ୟା କରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାରେ ଖଇରା ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଏନେଇ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।