ରାଜଗାଙ୍ଗପୁର -ଗତ କାଲି ତିନି ଟି ବିଭିନ୍ନ ସ୍ଥାନରେ ଲୁଟି ନେଇଥିବା ସାମଗ୍ରୀ ଗୁଡିକ ରାଜଗାଙ୍ଗ ପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉଧାର କରିବା ସହ ୫ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି। ଥାନା ଅଧିକାରୀଙ୍କ ପ୍ରକାଶ ଯେ ଗତକାଲି ଅପରାହ୍ନ ରେ ଦୁଡୁକା ବାହଲର ଦୁଇଟି ଝିଅ ସାଇକେଲରେ ରାଜଗାଙ୍ଗ ପୁର ରୁ କାମ ଶେଷ କରି ଘରକୁ ଫେରିବା ସମୟରେ ସାଇକେଲର ସମ୍ମୁଖର ବାସ୍କେଟ ଭିତରେ ଭେନିଟ ବ୍ୟାଗ ରଖି ଯିବା ବେଳେ ଦୁଇଜଣ ଲୁଟେରା ସ୍କୁଟିରେ ଆସି ସାଇକେଲରେ
ରଖିଥିବା ଭେନିଟି ବ୍ୟାଗକୁ ଲୁଟି ନେଇ କ୍ଷୀପ୍ର ଗତିରେ ଚାଲି ଯାଇ ଥିଲେ।ସେହି ପରି ସନ୍ଧ୍ୟାରେ ଲିପଲୋଇ ରୋଡ଼ର ଅରବିନ୍ଦ ସ୍କୁଲ ନିକଟରେ ଗୋଟିଏ ବାଇକରେ ଅତୁଲ ରହମାନ ମଣ୍ଡଳ ଓ ଆପ୍ରାସ ଚାନ୍ଦ ବାସ ଷ୍ଟାଣ୍ଡକୁ ଯାଉଥିବା ବେଳେ ଦୁଇ
ଲୁଟେରା ଏକ ବଜାଜ ପଲସର ବାଇକରେ ଆସି ପାଖରେ ଥିବା ବେଗକୁ ଲୁଟିବା ପାଇଁ ଉଦ୍ୟମ କରିବା ବେଳେ ବେଗଟି କୌଣସି ମତେ ଛାଡିନଥିଲେ ଏବଂ ମଟର ସାଇକେଲ ରୁ ପଡି ଯାଇ ଗୁରୁତ୍ୱ ଆହତ ହୋଇ ଥିଲେ । ପାଟି ଶୁଣି ଲୁଟେରା ମାନେ ଘଟଣାସ୍ଥଳରୁ ଫେରାର ହେବାର ସଫଳ ହୋଇ ଯାଇ ଥିଲା। ଏହି ଦୁଇ ଘଟଣା ପୋଲିସଙ୍କୁ ଜଣାଇବା ପରେ ପୋଲିସ ଅନୁସନ୍ଧାନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭିକି ସୋନି ପିତା ଅଶୋକ ସୋନି ପୂରଣ ରାୟ ( ଓରଫ) ରାଜା ପିତାଲକ୍ଷଣ ରାୟ ଅମର ଟପ୍ପୋ ଓରଫ (ମଙ୍ଗୁଳ) ପିତା ଅଞ୍ଜନ ଟପ୍ପୋ ଏମଡି ଏଜ୍ଜାଜ ପିତା ଆସିକ୍ୟୁ ଖାନ ସଳେନ୍ଦ୍ର ରଥ ପିତା ଜଗନାଥ ଙ୍କୁ ପୋଲିସ ଗିରଫ କରି ଏମାନଙ୍କ ଠାରୁ ଲୁଟି ନେଇ ଥିବା ଦୁଇଟି ବ୍ୟାଗ ଦୁଇ ମୋବାଇଲ ଏକ ଛୁରୀ ୧୩୪୦ଟଙ୍କା
ବ୍ୟାଗରେ ଥିବା କାଗଜପତ୍ର ଏବଂ ଲୁଟିରେ ବ୍ୟବହାର କରି ଥିବା ଦୁଇଟି ମଟର ସାଇକେଲ କୁ ଜବତ କରି ଗତ କାଲି ରାତ୍ରରେ ଏହି ପାଞ୍ଚ ଜଣକୁ ଗିରଫ କରି କେସ ନମ୍ବର୩୪/୨୧ ଏବଂ୩୫/୨୧ ରେ ଡାଇର କରି କୋର୍ଟ ଚାଳନା କରିଥିବାଆଜି ଥାନା ପରିସରରେ ସ୍ଥାନୀୟ ଏସ୍ ଡି ପି ଓ ଡାକ୍ତର ଶଶାଙ୍କ ଶେଖର ଦେଉରୀ ଗଣ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ। ଏହି ଚଡ଼ାଉରେ ଥାନା ଏସ୍ ଆଇ ପ୍ରମୋଦ କୁମାର ବେହେରା ଖଗଶ୍ୱର ବିଶ୍ୱାଳ ମୁକୁନ୍ଦ ବିହାରୀ ପାତ୍ର ଅଂଶ ଗ୍ରହଣ କରି ଥିଲେ।