-
ଚଳିତ ଅଧିବେଶନରେ ରହିବ ପ୍ରଶ୍ନକାଳ
ସେହିପରି ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଂଟା ଚାଲିବା ପାଇଁ ଏହି ବୈଠକରେ ନିଷ୍ପତି ହୋଇଛି । ତେବେ ଗୃହ ଚାଲିବାର ସମୟ ଉପରେ ସାମାନ୍ୟ ପରିବର୍ତନ କରାଯାଇଛି । ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ଘଂଟା ଚାଲିବ ବୋଲି ନିଷ୍ପତି ହୋଇଛି । ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ଅପରାହ୍ଣ ୧ ଟାଏ ପର୍ଯ୍ୟନ୍ତ ଚାଲିବ । ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୪ଟାରୁ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ୩ ଟାରୁ ସନ୍ଧ୍ୟା ୫ ଟା ଯାଏଁ ଚାଲୁଥିଲା ।
ଏହି ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ । ଗୃହକାର୍ଯ୍ୟ ସୁପରିଚାଳନା ନେଇ ବିସ୍ତାର ଆଲୋଚନା ହୋଇଥିଲା ।