
ମାଲକାନଗିରି, ରାଜ୍ୟର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳ ବିଛିନ୍ନାଞ୍ଚଳ ଭାବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ୯ଟି ପଞ୍ଚାୟତକୁ ବୁଝାଉଛି। ଏହି ପଞ୍ଚାୟତଗୁଡିକ ହେଲା ବଡପଡା, ଯନ୍ତାପାଇ, ଧୂଳିପୁଟ, ଯନ୍ତ୍ରୀ, ରାଲଗେଡା, ପଣସପୁଟ, ଯଡାମ୍ବ, ପେପରମେଟଲା ଏବଂ ଗାଜଲମାମୁଡି ପଞ୍ଚାୟତ। ଏହି ପଞ୍ଚାୟତଗୁଡିକ ଦୀର୍ଘ ପଚାଶରୁ ଉର୍ଦ୍ଧ୍ବ ବର୍ଷ ହେଲା ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଥିଲେ। ଏହାର ଫାଇଦା ନେଇଥିଲେ ମାଓବାଦୀ । ଏହି ଅଞ୍ଚଳକୁ ମାଓବାଦୀ ନିଜର ଗଡ କରି ସମସ୍ତ ଯୋଜନା ଏଠାରେ ହିଁ କରୁଥିଲେ । ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଜ କାର୍ଯ୍ୟାଳୟ ମଧ୍ୟ ନିର୍ମାଣ କରିଥିଲେ। ସେଣ୍ଟ୍ରାଲ ଟିମର ସମସ୍ତ ସଦସ୍ୟ ନିଜକୁ ଏଠାରେ ସୁରକ୍ଷିତ ମଣୁଥିଲେ। ପୁଲିସ କିମ୍ବା ଯବାନ ଏଠାକୁ ଯିବାକୁ ଭୟ କରୁଥିଲେ। ପାଦପାଦକେ ବିପଦ ରହିଥିବାରୁ ଏହି ଅଞ୍ଚଳରେ ପଶିବା ଏକ ପ୍ରକାର ଜୀବନକୁ ବାଜି ଲଗାଇବା ଛଡା କିଛି ନଥିଲା। କିନ୍ତୁ ଦୀର୍ଘ ବର୍ଷର ଚେଷ୍ଟା ପରେ ବିଏସଏଫ ଏଠାରେ ପହଞ୍ଚିଥିଲେ। ବିଏସଏଫ ଯବାନ ଙ୍କ ଯୋଗୁଁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇପାରିଥିଲା। ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସେତୁ ନିର୍ମାଣ କରାଗଲା। ଗତ ୨୦୧୮ ମସିହା ଜୁଲାଇ ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁପ୍ରିୟା ସେତୁକୁ ଉଦଘାଟନ କରିଥିଲେ।ବିଛିନ୍ନାଞ୍ଚଳରୁ ଏହାକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ଏଥିସହ ୧୦୦ କୋଟି ଟଙ୍କାର ଏକ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ। ସେହି ଦିନ ଠାରୁ ସ୍ବାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ଚାଲିଛି, କିନ୍ତୁ ମିଳିଥିବା ଅନୁଦାନ କୁ ଦେଖିଲେ ଯାହା ଜଣାପଡୁଛି ବିକାଶ କାମ ଅତି ମନ୍ଥର ଗତିରେ ଚାଲିଛି “। ପ୍ରଶାସନ ତରଫରୁ ସ୍ବାଭିମାନ ଅଞ୍ଚଳ ପାଇଁ ୨୬୦ କୋଟି ଟଙ୍କାର ବ୍ୟୟ ଅଟକଳ ଦିଆଯାଇଥିଲା। କିନ୍ତୁ ସରକାର ୧୬୫ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ତେବେ ଗତ ତିନି ବର୍ଷରେ ମାତ୍ର ୧୨ କୋଟି ୧୬ ଲକ୍ଷ ୫୪୬ ହଜାର ଟଙ୍କାଖର୍ଚ୍ଚ ହୋଇପାରିଥିବା ଜଣାପଡିଛି। ସେଥିମଧ୍ୟରୁ ଆଇ ଟି ଡି ଏ ତରଫରୁ ୨୫ଟି ପ୍ରକଳ୍ପ ମଂଜୁର ହୋଇଥିବା ବେଳେ ୧୯ କୋଟି ୪୩ ଲକ୍ଷ ୮୮ ହଜାର ଟଙ୍କାମଂଜୁର କରାଯାଇଥିବା ବେଳେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରି ନାହିଁ। ଉଠାଜଳସେଚନ ପ୍ରକଳ୍ପ ବାବଦକୁ ୪୮୦ଟି ପ୍ରକଳ୍ପ ପାଇଁ ୧୫ କୋଟି ୨୬ ଲକ୍ଷ ୯୨ ହଜାର ଟଙ୍କା ମଂଜୁର ହୋଇଥିବା ବେଳେ ଗତ ତିନି ବର୍ଷରେ ଟଂକାଟିଏ ବି ଖର୍ଚ୍ଚ ହୋଇପାରି ନାହିଁ।ଜଳ ଓ ପରିମଳ ବିଭାଗ ତରଫରୁ ୧୦୧ଟି ନଳକୂପ ଖୋଳିବା ନେଇ ୨୦ କୋଟି ୨୩ ଲକ୍ଷ ୪୧ ହଜାର ଟଙ୍କା ମଂଜୁର ହୋଇଥିବା ବେଳେ ମାତ୍ର ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଛି।ବିଦ୍ୟୁତ ବାବଦକୁ ୫ଟି ସ୍ଥାନରେ ୧୨ କୋଟି ୪୬ ଲକ୍ଷ ୨୭ ହହଜାର ଟଙ୍କା ମଂଜୁର ହୋଇଥିବା ବେଳେ ୨ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ସର୍ବଶିକ୍ଷା ଅଭିଯାନ ବାବଦକୁ ୨୮୨ଟି ପ୍ରକଳ୍ପ ପାଇଁ ୯ କୋଟି ୨୫ ଲକ୍ଷ ୭୫ ହଜାର ଟଂକା ମଂଜୁର ହୋଇଥିବା ବେଳେ ୮ କୋଟି ୭ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି। ମତ୍ସ୍ୟ ଚାଷ ପାଇଁ ୫ଟି ପ୍ରକଳ୍ପ ବାବଦକୁ ୮ କୋଟି ୪ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ୬ କୋଟି ୭୬ ଲକ୍ଷ ଟଙ୍କା ଗତ ତିନି ବର୍ଷରେ ଖର୍ଚ୍ଚ ହୋଆସାରିଲାଣି। ସ୍ବାଭିମାନ ଅଂଚଳରା ରାସ୍ତା ନିର୍ମାଣ ବାବଦକୁ ୬୧ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୨୦ କୋଟି ଟଙ୍କା ମଂଜୁର କରାଯାଇଥିବା ବେଳେ ୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମିଶନ ଶକ୍ତି ପାଇଁ ୧୫ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୬ କୋଟି ୩୪ ଲକ୍ଷ ଟଙ୍କା ମଂଜୁର ହୋଇଛି। ତେବେ ମାତ୍ର ୯୩୬ ହଜାର ଟଙ୍କା ହିଁ ଖର୍ଚ୍ଚ ହୋଇପାରିଛି। ଗୋଟିଏ ଲାଇଭଲି ହୁଡ ପ୍ରୋଜେକ୍ଟ ପାଇଁ ୫ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିନାହିଁ। ସମାଜ କଲ୍ୟାଣ ବାବଦକୁ ୧୨ଟି ପ୍ରୋଜେକ୍ଟ ହାତକୁ ନିଆଯାଇଥିବା ବେଳେ ୧ କୋଟି ୨୩ ଲକ୍ଷ ଟଙ୍କା ମଂଜୁର ହୋଇଛି। ମାତ୍ର ଗତ ତିନି ବର୍ଷରେ ଟଙ୍କାଟିଏ ଖର୍ଚ୍ଚ ହୋଇପାରିନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୮ଟି ପ୍ରୋଜେକ୍ଟ ହାତକୁ ନିଆଯାଇଥିବା ବେଳେ ୧ କୋଟି ୪୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ବେଳେ ଟଂକାଟିଏ ବି ମଂଜୁର ହୋଇପାରିନାହିଁ। ପୂର୍ତ୍ତ ବିଭାଗ ତରଫରୁ ୪ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୩୭ କୋଟି ୯୯ ଲକ୍ଷ ଟଙ୍କା ମଂଜୁର ହୋଇଛି।ସେଥିରୁ ମାତ୍ର ୫୪ ଲକ୍ଷ ଟଂକା ହିଁ ଖର୍ଚ୍ଚ ହୋଇପାରିଛି।ଓଡିଶା ଜୀବିକା ମିଶନ ପାଇଁ ୧୩ଟି ପ୍ରୋଜେକ୍ଟ ହାତକୁ ନିଆଯାଇଥିବା ବେଳେ ୧୧ କୋଟି ୬୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପାଇଁ ପ୍ରସ୍ତାବ ଦିଆଯାଇଥିଲା।କିନ୍ତୁ ସରକାରଙ୍କ ତରଫରୁ ଟଙ୍କାଟିଏ ବି ମଂଜୁର କରାଯାଇ ନାହି। ତେବେ ପଞ୍ଚାୟତରାଜ ବିଭାଗ ତରଫରୁ ସ୍ବାଭିମାନ ଅଂଚଳେ ୮୯୫ଟି ଗୃହ ଅର୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି।ଏହା ସଂପୂର୍ଣ୍ଣ ହେଲେ ପ୍ରତ୍ୟେକ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିପାଇଁ ୧ କୋଟି ୭୯ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ କୌଣସି ଜଣେ ବି ହିତାଧିକାରୀ ଏହି ଟଂକା ପାଇପାରି ନାହାନ୍ତି। ସେହିପରି ପଞ୍ଚାୟତ ରାଜ ବିଭାଗ ତରଫରୁ ୧୬୯ଟି ସିସି ରୋଡ ନିର୍ମାଣ ନେଇ ଯୋଜନା କରାଯାଇଥିବା ବେଳେ ୯ କୋଟି ୩୯ ଲକ୍ଷ ଟଙ୍କା ମଂଜୁର ହୋଇଛି।ସଥିରୁ ମାତ୍ର ୯ ଲକ୍ଷ ଟଙ୍କା ହିଁ ଖର୍ଚ୍ଚ ହୋଇପାରିଛି।ତେବେ ଜିଲ୍ଲ୍ରାର ସ୍ବାଭିମାନ ଅଂଚଳ ପାଇଁ ମୋଟ ୧୬୫ କୋଟି ୨୮ ଲକ୍ଷ ଟଙ୍କା ମଂଜୁର ହୋଇ ଆସିଥିବା ବେଳେ ଗତ ତିନି ବର୍ଷରେ ମାତ୍ର ୧୨ କୋଟି ୧୬ ଲକ୍ଷ ଟଙ୍କା ହିଁ ଖର୍ଚ୍ଚ ହୋଇପାରିଛି।ତେବେ ଜୋରସୋରରେ ବିକାଶ କାର୍ଯ୍ୟ ଚାଲୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO