ବାଞ୍ଛାନିଧି ପଟ୍ଟନାୟକ ଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ମହାନ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ ସ୍ମାରକୀ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୧୯/୧୦/୧୯ ସକାଳ ୧୦ ଘଟିକା ଠାରେ ଉକ୍ତ ଜୟନ୍ତୀ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ଗୋବର। ଠାରେ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଉକ୍ତ ବୈଠକରେ ଗୋବର। ଗ୍ରାମ ପଂଚାୟତ ର ସମସ୍ତ ବିଦ୍ୟାଳୟ ମାନଙ୍କରେ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ ଙ୍କ ଉପରେ ବିଭିନ୍ନ ବକୃତାପ୍ରତିଯୋଗିତା ଓ ପ୍ରତ୍ୟେକ ବିଦ୍ୟାଳୟ ର topper ମାନଙ୍କୁ ଚୟନ କରି ପୁରସ୍କୃତ କରିବାକୁ ଆଲୋଚନା କରାଯାଇଥିଲା।ଉକ୍ତ ପ୍ରସ୍ତୁତି ବୈଠକରେ ପ୍ରଶାନ୍ତ କୁମାର ନାୟକଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ଶ୍ରୀ ଯୁକ୍ତ ଶୁଳପାଣି ଶତପଥୀ,ଅଭ୍ୟର୍ଥନା କମିଟି ସଭାପତି କୁଞ୍ଜବିହାରୀ ନାୟକ, ସମ୍ପାଦକ ବିଭୂପାଦ ଜେନା,କୋଷାଧ୍ୟକ୍ଷ ପ୍ରତାପ କୁମାର ସ୍ୱାଇଁ, ସୁରେନ୍ଦ୍ର ଦାସ,ମୁନେନ୍ଦ୍ର ପରିଡା, ଗୋପାଳ କୃଷ୍ଣ ସ୍ୱାଇଁ ଓ ଗୋରାଚାନ୍ଦ ସ୍ୱାଇଁ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦେଇ ସ୍ମାରକୀ ଜୟନ୍ତୀ ର ସଫଳତା ପାଇଁ ମତାମତ ପ୍ରଦାନ କରିଥିଲେ ଓ ଆଗାମୀ ଦିବସ କୁ ଦାୟିତ୍ୱ ସମ୍ପର୍ଣ୍ଣ ଭାବେ ତୁଲାଇବାକୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।

Related Stories
November 23, 2024