-
ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ
ଭୁବନେଶ୍ୱର – ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ ହୁ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କର ଅପାରଗତାକୁ ପ୍ରତିବାଦକରି କଂଗ୍ରେସ ପକ୍ଷରୁ ଆୟୋଜିତ ସାତ ଘଂଟିଆ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ ହୋଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ କଂଗ୍ରେସ କର୍ମୀ ମାନେ ଆସି ରାସ୍ତା ରୋକ କରିବା କାରଣରୁ ଅନେକ ସ୍ଥାନରେ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ରାସ୍ତାରେ ରାସ୍ତାରେ ଯାନବାହନର ଲମ୍ବା ଲାଇନ ଦେଖିବାକୁ ମିଳିଛି । ସେହିପରି ରାଜ୍ୟର କିଛି ସ୍ଥାନରେ ଟ୍ରେନ ଅଟକା ଯାଇଥିବା ନେଇ ମଧ୍ୟ ସୂଚନା ରହିଛି । ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷ୍ରରୁ ମଧ୍ୟ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରା ଯାଇଥିଲା ।
ରାଜଧାନୀ ଭୁବନେଶ୍ୱର ସମେତ କଟକ, ଯାଜପୁର, କେନ୍ଦୁଝର, ବାରିପଦା, କୋରାପୁଟ, ବଲାଙ୍ଗୀର, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଓ ଅନ୍ୟ ସ୍ଥାନ ମାନଙ୍କରେ ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ପିକେଟିଂ କରିବାକୁ ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ଟାୟାର ଜାଳି ଓ ବାଉଁଶ ବାନ୍ଧି ସେମାନେ ରାସ୍ତା ଅବରୋଧ କରିଥିଲେ ।
ଏହି ବନ୍ଦ କାରଣରୁ ଭୁବନେଶ୍ୱରର ବରମୁଣ୍ଡା ବସ ଷ୍ଟାଣ୍ଡ ଓ କଟକର ବାଦାମବାଡି ବସ ଷ୍ଟାଣ୍ଡରେ ଯାତ୍ରୀ ମାନଙ୍କୁ ଖୁବ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।
ଉଲ୍ଲେଖନୀୟ ଯେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବନ୍ଦ ସମୟରେ ହସ୍ପିଟାଲ, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାପ, ଦମକଳ, ଆମ୍ବୁଲାନ୍ସ, ଦୁଗ୍ଧ ଗାଡ଼ି, ବର ଗାଡ଼ି ଏବଂ ସ୍ୱର୍ଗରଥ ଗାଡ଼ିକୁ ଅଟେକାଇବାକୁ ଏହି ବନ୍ଦରୁ ବାଦ ଦଆ ଯିବା ସମ୍ପର୍କରେ କହିଥିଲେ ।
କଂଗ୍ରେସର ବନ୍ଦ ଡାକରା ପାଇଁ ଦିନ ୧ଟା ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା । ବସ୍ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିବା ବସ୍ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିଲା । କଂଗ୍ରେସ ପକ୍ଷରୁ ଆସନ୍ତା କାଲି ବନ୍ଦ ପାଳନ କରା ଯାଇଥିବାରୁ ରାଜ୍ୟର ବିଭିନ୍ନ ସ୍କୁଲ ସୋମବାର ଦିନ ବନ୍ଦରହିଥିଲା ।ବନ୍ଦ ପାଳନ ଦୃଷ୍ଟିରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ରବିବାର ଦିନ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଥିଲେ ।