-
ରୋଜଗାର ନ ମିଳିଲେ ଆଗାମୀ ଦିନରେ ଛାତ୍ର ଶକ୍ତି ର ଆକ୍ରୋଶ ଦେଖିବେ କେନ୍ଦ୍ର ଓ ରାଜ୍ୟ ସରକାର – ଶ୍ରୀ ଚୌଧୁରୀ
ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ତରଫରୁ ” ରୋଜଗାର ଦିଅ – ନହଲେ ଡିଗ୍ରୀ ଫେରେଇ ନିଅ” ଏହାର ଏକ ସାମ୍ବାଦିକ ସମ୍ମିଳନୀ ପୁରୀ ବଳଗଣ୍ଡି ଛକ ସ୍ଥିତ “ଭକ୍ତ ସାଲେଵେଗ ପିଠ” ଠାରେ ଅନୁଷ୍ଠିତ ହୋଇଯାଇଛି | କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ଛାତ୍ର ଓ ଯୁବ ମରଣା ନୀତି କୁ ବିରୋଧ କରି ଆଜି ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଓଡିଶା ଛାତ୍ର କଂଗ୍ରେସ ସହ ପ୍ରଭାରୀ ଆଦିତ୍ୟ ଚୌଧୁରୀ ଙ୍କ ନେତୃତ୍ୱରେ ରେ ପୁରୀ ଜ଼ିଲ୍ଲା ପୂର୍ବତନ ଜ଼ିଲ୍ଲା ଆବାହକ ଆଶୁତୋଷ ମିଶ୍ର, ଦେବାଶିଷ ଦଇତାପତି, ଛାତ୍ର ନେତ୍ରୀ ଦୀପିକା ମିଶ୍ର, ରୀସାନ ଦାଶ, ରୁଦ୍ରପ୍ରତାପ ଦାଶ, ରଞ୍ଜନ ମହାପାତ୍ର, ମାଧବ ପାତ୍ର,ଓମ ପ୍ରଧାନ, କାଳିଆ ଦାସ ଏବଂ ଅନ୍ୟ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଦସ୍ୟ ଗଣ ଙ୍କ ଉପସ୍ଥିତି ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏହି ସମ୍ମିଳନୀ ରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସହ ପ୍ରଭାରୀ ଆଦିତ୍ୟ ଚୌଧୁରୀ ନିଜ ମତ ରଖିଥିଲେ କି ଏବେ କଳା କୃଷି ବିଲ କୁ ବିରୋଧ କରି ଯୌଭଳି ଭାବେ ଭାରତ ବର୍ଷ ରେ ଚାଷୀ କୁଳ ରେ ଅରାଜକତା ଖେଳିଯାଇଛି | ମାସ ମାସ ଧରି ଦିଲ୍ଲୀ ବଡ଼ର ରେ ଯୌଭଳି ଭାବେ ବସି ରହିଛନ୍ତି ଚାଷୀ ଭାଇ ମାନେ | ସେଇଭଳି ଯଦି ଦେଶ ରେ ଛାତ୍ର ଙ୍କ ମନରେ ଅରାଜକତା ଖେଳିଯିବ ତେବେ ଏହି ଦେଶ ର କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଛାତ୍ର ଶକ୍ତି ଉଖାଡ଼ି ପୁରୀ ବଙ୍ଗୋପସାଗର ରେ ଫୋପାଡ଼ି ଦେବ | ଆଗାମୀ ଦିନରେ ଯଦି ରୋଜଗାର ଦେଇପାରିବେନି ତେବେ ସରକାର ଡିଗ୍ରୀ ଫେରେଇନିଅ ନହଲେ ଦେଶ ରେ ଛାତ୍ର ଶକ୍ତି ର ଆକ୍ରୋଶ ଦେଖିବାକୁ ମିଳିବ ବୋଲି ଶ୍ରୀ ଚୌଧୁରୀ କହିଥିଲେ |ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ପୂର୍ବତନ ଆବାହକ ଆଶୁତୋଷ ମିଶ୍ର ଏହି ସୂଚନା ପ୍ରଦାନ କରିଛନ୍ତି |