
ମାଲକାନଗିରି, ମାଓବାଦୀ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛନ୍ତି!ବର୍ତ୍ତମାନ ମାଓ ସଂଗଠନ ପୋଲିସ କୁ ଛାଡି ଏବେ ସାମ୍ବାଦିକ ଓ ସମାଜସେବୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଗତକାଲି ପ୍ରେସ ବିଜ୍ଞପ୍ତିରେ ସିଧାସଳଖ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ସମାଜସେବୀ ତଥା ସାମ୍ବାଦିକ ଫାରୁକ ଅଲ୍ଲୀ ଏବଂ ଲିଲାଧର ରାଠୀଙ୍କୁ ହତ୍ୟା କରାଯିବା ନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ନକ୍ସଲ ୨୦୧୩ ମସିହାରେ ଟାଇଗର-୧ କଂଗ୍ରେସ ନେତା ମହେନ୍ଦ୍ର କର୍ମାକୁ ହତ୍ୟା କରିବା ପରେ ଏବେ ଟାଇଗର-୨ ଭାବେ ଫାରୁକ ଅଲ୍ଲୀଙ୍କୁ ଟାର୍ଗେଟ କରିଛି। ପ୍ରକାଶ ଥାଉକି ଫାରୁକ ଅଲ୍ଲୀ ହେଉଛନ୍ତି ସୁକମା ଅଂଚଳର ଆଗଧାଡିର ସମାଜସେବୀ। ସେ ନକ୍ସଲ ବିରୋଧୀ ଅଭିଯାନ ସୁକମା ଅଂଚଳରେ ଚଳାଇଛନ୍ତି। ନକ୍ସଲଙ୍କୁ ସମର୍ଥନ ନକରିବା ପାଇଁ ଲୋକଙ୍କୁ ସେ ପ୍ରବର୍ତ୍ତାଉଛନ୍ତି। ପୁଲିସକୁ ସହଯୋଗ କରୁଥିବାରୁ ତାଙ୍କୁ ନକ୍ସଲ ଟାର୍ଗେଟ କରିଛନ୍ତି। ଜନ ଆନ୍ଦୋଳନକୁ ଦବାଇବା ପାଇଁ ସାମ୍ବାଦିକ ଏବଂ ସମାଜସେବୀମାନଙ୍କୁ ସରକାର ଏବଂ ପ୍ରଶାସନ ଆଗକୁ ଆଣୁଛି ବୋଲି ମାଓବାଦୀ ଅଭିଯୋଗ କରିଛନ୍ତି। ମାଓ ବିରୋଧରେ ସଲବା ଜୁଡୁମ,ଶାନ୍ତିସେନା,ଅଗ୍ନି ଭଳି ପ୍ରତିକ୍ରାନ୍ତିକାରୀ ସଂଗଠନକୁ ବିରୋଧ କରିବା ସହ ଏଥିରେ ଜଡିତ ଥିବା ସମାଜସେବୀମାନଙ୍କୁ ସେମାନେ ଟାର୍ଗେଟ କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ନୀତିକୁ ବିରୋଧ କରିବା ସହ ପୁଲିସର ସମାଧାନ ଅଭିଯାନକୁ ବିରୋଧ କରି, ପୁଞ୍ଜିପତି କୋରପୋରେଟମାନଙ୍କୁ ସରକାର ସୁହାଇଲା ଭଲି ନିୟମ କରୁଛନ୍ତି। ଆତ୍ମନିର୍ଭରଶୀଳ ନୀତି କହି ମିଥ୍ୟାରେ କିଛି ଲୋକଙ୍କୁ ଆତ୍ମସମର୍ପଣ କରାଉଛନ୍ତି। ପୁଲିସର ଅତ୍ୟାଚାର ଦିନକୁ ଦିନ ବଢୁଥିବା କୁହାଯାଇଛି। ତେବେ ଫାରୁକ ଅଲ୍ଲୀ ଏବଂ ଲିଲାଧର ରାଠିଙ୍କୁ ହତ୍ୟା ଧମକ ଦେବା ପରେ ଛତିଶଗଡର ବିଭିନ୍ନ ସ୍ଥାନରେ ଏହାକୁ ନେଇ ପ୍ରତିବାଦ ଆରମ୍ଭ ହୋଇଯାଇଛି। ବିଜାପୁର ଏବଂ ସୁକମା ଅଂଚଳରେ ଆଗାମୀ ଦିନରେ ମାଓବାଦୀ ଙ୍କ ବିରୋଧରେ ସ୍ବରତ୍ତୋଳନ କରାଯିବ ବୋଲି ଯୋଜନା କରାଯାଇଛି। । ଅନ୍ୟଦିଗରେ ମାଓବାଦୀଙ୍କ ଏଭଳି କାର୍ଯ୍ୟ କୁ ମାଲକାନଗିରି ଜିଲ୍ଳାରେ ଥିବା ବିଭିନ୍ନ ସା ମ୍ବାଦିକ ସଙ୍ଘ ନିଦା କରିବା ସହ ମାଓବାଦୀ ଙ୍କ ହିଂ ସାତ୍ମକ ଉଦେଶ୍ୟ ଏବଂ ନାକାରାତ୍ମକ ଚିନ୍ତାଧାରାକୁ ବିରୋଧ କରିଛନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO