
ଯାଜପୁର, ୩ ବର୍ଷିୟା ଶିଶୁକନ୍ୟା ପୀହୁ ନିଖୋଜ ଘଟଣାରେ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସହରର ବିଭିନ୍ନ ସ୍ଥାନରେ ଓ ଯାତ୍ରୀବାହୀ ଯାନରେ ପୋଲିସ ପକ୍ଷରୁ ପୋଷ୍ଟର ଲଗାଯାଇଛି । ଏପରିକି ପୀହୁ ସମ୍ପର୍କରେ ସୂଚନା ଦେଲେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣାର ତଦନ୍ତ ପାଇଁ ପୀହୁର ଗାଁ ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ମଧୁସୂଦନପୁରରେ ଥିବା ଦୁଇଟି ପୋଖରୀକୁ ମଧ୍ୟ ଶୁଖାଯାଉଛି । ଅଗ୍ନିଶମ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।
ଗତ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପୀହୁ ନିଖୋଜ ହୋଇଯାଇଛି । ନିଖୋଜ ଶିଶୁକନ୍ୟାର ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ ପୂର୍ବରୁ ବିଞ୍ଝାରପୁର ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ଏକ ମାମଲା ରୁଜ୍ଜୁ କରିବା ସହ ପୋଲିସ ପକ୍ଷରୁ ଏନେଇ ଛାନଭିନ୍ ଜାରୀ ରହିଛି । ତେବେ ଅଦ୍ୟାବଧି ନିଖୋଜ ଶିଶୁକନ୍ୟାକୁ ଠାବ କରିବାରେ ପୋଲିସ ବିଫଳ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO