କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶନିବାର ଦିନ ଶ୍ରୀଜୀଉଙ୍କର ଦୈନଦିନ ନୀତି ହୋଇ ସନ୍ଧ୍ୟାଧୂପ ସମାପନ ହେବାପରେ ବେଶ ମଇଲମ ହୋଇ ଚନ୍ଦନଲାଗି ହେବ । ଏହାପରେ ବଡଛତା ମଠ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ । ପରଦିନ (ତା ୧୪.୨.୨୧ ରବିବାର ଦିନ) ଏହି ବେଶରେ ମଙ୍ଗଳ ଆଳତୀ ବଢିବ ଓ ଭକ୍ତମାନେ ଏହି ମନୋରମ ବେଶ ଦର୍ଶନ କରିପାରିବେ ।