
ଜଗନ୍ନାଥ ପ୍ରସାଦ :ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ଅୟୋଜିତ ତିନି ଦିନିଆ ଯୁବ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ମାନଙ୍କ ପ୍ରଶିକ୍ଷଣ ଓ ତାଲିମ୍ ଶିବିର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ଳଷ୍ଟର ସ୍ତରୀୟ ସେବା ଶିବିରର ଦ୍ଵିତୀୟ ଦିବସରେ ପ୍ରଥମ ଦିନର କାର୍ଯ୍ୟ ବିବରଣୀ ପାଠ କରିଥିଲେ ସ୍ବେଛାସେବୀ ଅଲେଖ ବାରିକ ଓ ଶୁଭ ସ୍ମିତା ବେହେରା ଏବଂ ଭିଡ଼ିଓ ଚିତ୍ର ମାଧ୍ୟମରେ ବିବରଣୀ ପଦର୍ଶନ କରିଥିଲେ ସ୍ଵେଚ୍ଛାସେବୀ ଚନ୍ଦନ ବିଶ୍ଵାଳ ଓ ଗୋପାଲ ନାୟକ। ପ୍ରଥମ ଅଧିବେଶନରେ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରାଥମିକ ଉପଚାର ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ମାଣିତରା ବିଜ୍ଞାନ ମହାବିଦ୍ୟାଳୟର ରେଡ୍ କ୍ରସ୍ କାଉନ୍ସିଲର ତଥା ପ୍ରାଥମିକ ଉପଚାର ମାଷ୍ଟର ଟ୍ରେନର ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ।
ଦ୍ଵିତୀୟ ଅଧିବେଶନରେ ବିପର୍ଯ୍ୟୟ ଓ ବିପର୍ଯ୍ୟୟ ପରିଚାଳନାସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ କେନ୍ଦୁପଦର ରେଡ୍ କ୍ରସ୍ କାଉନ୍ସିଲର ତଥା ଅଧ୍ୟାପକ ହରି ସଙ୍କର ପାଣ୍ଡେ। ପ୍ରଶିକ୍ଷଣ ଓ ତାଲିମ ଅଧିବେଶନ ଗୁଡିକୁ ପରିଚାଳନା କରିଥିଲେ ଶିବିର ସଂଯୋଜକ ଅଧ୍ୟାପକ ଲୋକନାଥ ମହାନ୍ତି ଓ ଧନ୍ଯବାଦ ଅର୍ପଣ କରିଥିଲେ ଆଞ୍ଚଳିକ ଡିଗ୍ରୀ କଲେଜର କାଉନ୍ସିଲର ସରୋଜ କୁମାର ନାୟକ। ଅପରାହ୍ନରେ ସ୍ଵେଚ୍ଛାସେବୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ବିଷୟ – ରେଡକ୍ରସ ର ମୌଳିକ ନୀତି ଓ ବକ୍ତୃତା ବିଷୟ – କରୋନା ମୁକାବିଲାରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ସମ୍ପର୍କରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସ୍ଵେଚ୍ଛାସେବୀ ବିଶ୍ଵ ଭୂଷଣ ସାହୁ, ତୁଲସୀ ସେନାପତି, କେଶବ ଭୋଇ, ତପସ୍ଵିନୀ ବେହେରା, ଜ୍ୟୋତି ପ୍ରଧାନ, ଶିବାନୀ ପାତ୍ର ସହଯୋଗ କରିଥିଲେ।
ଗଞ୍ଜାମ, ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO