
ରାଜଗାଙ୍ଗପୁର :-ପୌରପାଳିକା ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ନାରା ଲଗା ଯାଉଥିବା ସହ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ମଧ୍ୟ କରାଯାଉଛି!ଏହା ସହ ୱାର୍ଡ ମାନଙ୍କ ରେ ଏହି ସ୍ୱଛତା କୁ ନେଇ ସ୍ଥାନେ ସ୍ଥାନେ ସାର୍ବଜନିକ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଉଛି !ହେଲେ ପୌର ପାଳିକା ର ଅବହେଳା ଯୋଗୁଁ ଏହା ଅସମ୍ପୂର୍ଣ ଅବସ୍ଥା ରେ ପଡିରହୁଛି !ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ୱର 18 କିଷାନ ପଡା ଗଣେଶ ଛକ ଠାରେ ପୌର ପାଳିକା ତରଫରୁ ରୁ ଏକ ସାର୍ବଜନିକ ଶୌଚାଳୟ ନିର୍ମାଣ କରାଯାଇଥିଲା !ହେଲେ ଗତ 2ବର୍ଷ ହେବ ଏହା ଅସମ୍ପୂର୍ଣ ଅବସ୍ଥା ରେ ପଡ଼ିରହିଛି !ଏ ନେଇ ସ୍ଥାନୀୟ ବାସିନ୍ଦା ପୌରପାଳିକା ରେ ଏଥି ନେଇ ଅଭିଯୋଗ କରିବାକୁ ଯାଇ ଥିବା ବେଳେ ସେଠାରେ ଖାଲ ଜାଗାରେ ଶୌଚାଳୟ ନିର୍ମାଣ ଯୋଗୁଁ ବହୁ ମାଟି ପୋତିବାକୁ ପଡିଛି ବୋଲି କହି ସେଠାରୁ ତାଙ୍କୁ ତଡି ଦେଇଥିଲେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଥିଲେ !ପ୍ରଶ୍ନ ଉଠୁଛି ଶୌଚାଳୟ କାର୍ଯ୍ୟ ପ୍ରାରମ୍ଭ ହେବା ବେଳେ ପୌରପାଳିକା ନଜର କାହିଁକି ପଡ଼ିନଥିଲା ଓ ବର୍ତ୍ତମାନ କାର୍ଯ୍ୟ ଅସମୁର୍ଣ ହୋଇ ନଥିବା ନେଇ ପଚାରିଲେ ଗାଢା ଜାଗରେ ବହୁତ ମାଟି ପୋତିବାକୁ ପଡିଛି କହି ସ୍ଥାନୀୟ ବାସିନ୍ଦା କୁ କାହିଁକି କୁହାଯାଉଛି !ଦୀର୍ଘ 2ବର୍ଷ ବିତିଗଲାଣି ଏହି ସାର୍ବଜନିକ ଶୌଚାଳୟ ତିଆରି କାର୍ଯ୍ୟ ଶେଷ ହୋଇଥିବା ବେଳେ କାନ୍ଥ ର ପ୍ଲାଷ୍ଟର, ଓ ଅନ୍ୟାନ କାର୍ଯ୍ୟ ଅସମ୍ପର୍ଣ ହୋଇ ପଡି ରହିଛି !ହେଲେ ପୌର ପାଳିକା ସାଜିଛି ନିରବ ଦ୍ରଷ୍ଟା !କେବେ ସମ୍ପୂର୍ଣ ହେବ ଏହାର କାର୍ଯ୍ୟ, କେବେ ଭାଙ୍ଗିବ ଏ ନେଇ ପୌରପାଳିକା ର ନିଦ୍ରା, ଏ ନେଇ ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ପୌର ପାଳିକା ର ଏହି ଅଧପନ୍ତରିଆ କାର୍ଯ୍ୟ କୁ ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି !ଦେଖିବାକୁ ବାକି ରହିଛି ଆଉ କେତେ ବର୍ଷ ବିତି ଗଲେ ଏହି ସାର୍ବଜନିକ ଶୌଚାଳୟ କେବେ ସମ୍ପୂର୍ଣ ହେଉଛି “
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO