
ରାଜଗାଙ୍ଗପୁର :-ରାଜଗାଙ୍ଗପୁର ସହର ନୀଳଚକ୍ର ଶାଖା ତରଫ ରୁ ରାଜଗାଙ୍ଗପୁର ସହର ର ବିଭିନ୍ନ ସମସ୍ୟା କୁ ନେଇ ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଅବଗତ କରା ଯାଇ ଥିଲେ ମଧ୍ୟ ସେ ଶୁଣି ନଥିଲେ !ଏଣୁ ନୀଳ ଚକ୍ର ତରଫରୁ ଆସନ୍ତା 12ତାରିଖ ଦିନ ଡାଲମିଆ ଭାରତ ସିମେଣ୍ଟ ମୁଖ୍ୟ ଫାଟକ ରେ ଗଣ ଆନ୍ଦୋଳନ କରାଯିବା ର ନିଷ୍ପତି ନିଆ ଯାଇଥିଲା !ହେଲେ ପ୍ରଶାସନ ର ହସ୍ତ କ୍ଷେପ ଫଳରେ ସୁନ୍ଦର ଗଡ଼ ଉପ ଜିଲ୍ଲା ପାଳ ଙ୍କ ଲିଖିତ ଅନୁରୋଧ କ୍ରମେ ଆସନ୍ତା 19ଫେବୁଆରି ଦିନ ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହିତ ଆଲୋଚନା ପାଇଁ ଡାଲମିଆ ଭାରତ ସିମେଣ୍ଟ କର୍ତ୍ତୃପକ୍ଷ ପତ୍ର ମାଧ୍ୟମ ରେ ଜଣାଇଛନ୍ତି !ଏଣୁ ଗଣ ଧାରଣା କୁ ସ୍ଥିଗିତ ରଖା ଯିବା ନେଇ ନୀଳଚକ୍ର ଆବାହକ ଶ୍ରୀମତୀ ଶଶୀରେଖା ସାମଲ ଗଣ ମାଧ୍ୟମ ରେ ପ୍ରକାଶ କରିଛନ୍ତି !ଏହି ଗଣ ଧାରଣା ଆସନ୍ତା 19ତାରିଖ ପ୍ରଯ୍ୟନ୍ତ ସ୍ଥଗିତ କରାଯାଇଛି !