-
କାଠ ମାଫିଆଙ୍କ କବଜାରେ ବଣ ଜ°ଗଲ

ମାଲକାନଗିରି –ମା ଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ନିର୍ଦେଶ କ୍ରମେ ଗତକାଲି ମଧ୍ୟରାତ୍ରୀରେ ଏକ ଟ୍ରାକ୍ଟର ଯୋଗେ ଜଙ୍ଗଲରୁ ଚୋରା କାଠ ଚାଲାଣ ହେଉଥିବା ଖବର ପାଇ ବନପାଳ ସ୍ୱୟଂ ପ୍ରଭା ମହାନ୍ତି ଙ୍କ ନେତୃତ୍ୱରେ ବନରକ୍ଷୀ ମୁରଲୀଧର ମହାରଣା, ବିଘନରାଜ ମାଡକାମୀ,ଅନିତା ନାୟକ,ରାମଚନ୍ଦ୍ର ମାଝୀ, କାଳୁରାମ ଦୁରୁଆ,ପାରା ଷ୍ଟାଫ ଅବିନାଶ ମହାନ୍ତି,ଜୟନ୍ତ କୁମାର ନାୟକ,ଦିନେଶ୍ୱ ରାଓ, ସୁରଜ କୁମାର ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କାଠ ବୋଝେଇ ଟ୍ରାକ୍ଟର କୁ ଜବତ କରିବା ସହିତ ଘାସିରାମ ମାଝୀ ଓ ନନ୍ଦ ଗୁଣ୍ଠା କୁ ଗିରଫ କରି ରେଞ୍ଜ କାର୍ଯ୍ୟାଳୟ କୁ ଆଣି ପଚରାଉଚରା କରିବା ପରେ ସେମାନେ କାଠ ଚୋରା ଚାଲାଣ କରୁଥିବା ବନ ବିଭାଗ ଅଧିକାରୀଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ। ପ୍ରାୟ ୫୦ ଖଣ୍ଡ ୪୫ ସେଣ୍ଟି ମିଟର କାଠ ଜବତ ହୋଇଥିବା ବନ ବିଭାଗ ପେକ୍ଷରୁ କୁହାଯାଇଛି।ଏ ନେଇ ବନ ବିଭାଗ ପକ୍ଷରୁ ଓ ଆର ୧୫୬ /୨୦୨୧, ଏଫ ଆଇ ଆର ସ°ଖ୍ୟା- ୦୨୨୫୨୦୪/୧୨୫ ରେ ମାମଲା ରୁଜୁକରି ଘଟାନାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏବଂ ଏଥିରେ ବ୍ୟବହୃତ ହେଇଥିବା ଟ୍ରାକ୍ଟର ରେ.ନ°-ଓ ଡି ୧୦ ସି ୦୩୯୦ କୁ ଜବତ କରାଯାଇଥିବା କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ ସୂଚନା ଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO