
ମାଲକାନଗିରି,ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳି ବନ୍ଧା ଗାଁ ଲୋକେ ଦୀର୍ଘ ବର୍ଷ ହେଲା ଟଙ୍କା ଚିଟଫଣ୍ଡରେ ବାନ୍ଧି ଠକେଇର ଶିକାର ହୋଇ ଟଙ୍କା ଫେରି ପାଇବା କିମ୍ବା କ୍ଷତିପୂରଣ ପାଇବାର କୌଣସି ବିକଳ୍ପ ନପାଇ ହତାଶ ହୋଇ ହିତାଧିକାରୀ ନିଜର ବଣ୍ଡ ଧରି ପାପରମେଟେଲା ଥାନାରେ ଏଜେଣ୍ଟଙ୍କ ନାମରେ ଏତେଲା ଦେଇଥିବା ଜଣାପଡିଛି। ଯାହାକି ଦୀର୍ଘଦିନ ଧରି ଚିଟ୍ ଫଣ୍ଡ ଠକେଇରେ ଶହ ଶହ ଲୋକ ଶିକାର ହୋଇଥିବା ବେଳେ ଲୋକ ଆଜିସୁଦ୍ଧା ନିଜ ଟଙ୍କା ଫେରି ପାଉ ନାହାଁନ୍ତି। ଗଲା ୨୦.୧୦.୨୦୨୦ ଦିନ ବିଭିର୍ନ ପଞ୍ଚାୟତ ଶହ ଶହ ଚିଟ ଫଣ୍ଡ ଜମାକାରି ନିଜର ବଣ୍ଡ ଧରି କ୍ଷତି ପୂରଣ ପାଇବା ପାଇଁ ବଡ଼ପଡ଼ାରେ ଏକତ୍ରିତ ହୋଇ ଆନ୍ଦୋଳନ କରି ପଦକ୍ଷେପ ନେବାକୁ ଦାବି କରିଥିଲେ ମଧ୍ୟ ତାର କୌଣସି ସୁଫଳ ପାଇ ନାହାଁନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ପାପରମେଟେଲା ଅଞ୍ଚଳରେ କଦଳିବନ୍ଧା ଗାଁର ବହୁଲୋକ ଶିକାର ହୋଇ ଆଜକୁ ତିନି ବର୍ଷ ଧରି ଟଙ୍କା ବାନ୍ଧିଥିବା ଟଙ୍କା ଫେରସ୍ତ ପାଇ ନାହାନ୍ତି। ସନସାଇଁନି କମ୍ପାନୀ ଓ ପିଏସିଏଲ ଇଣ୍ଡିଆ ଲିମିଟେଡ କମ୍ପାନୀ ଦ୍ଵାରା ପିତାମ୍ବର ଖେମୁଡୁ ନାମକ ବ୍ୟକ୍ତି ଉକ୍ତ କାର୍ଯ୍ୟରେ ଦୀର୍ଘଦିନ ଧରି ଉକ୍ତ କମ୍ପାନୀରେ ଏଜେଣ୍ଟ ଭାବେ କାମ କରି ଆସୁଥିବା କଥା ଲୋକେ ଅଭିଯୋଗ କରିଛନ୍ତି। କେବଳ କଦଳୀବନ୍ଧା ନୁହେଁ ଉକ୍ତ ସ୍ୱାଭିମାନ ଅଂଚଳର ବିଭିର୍ନ ପଞ୍ଚାୟତର ବହୁ ଗ୍ରାମ ଲୋକ ଟଙ୍କା ବାନ୍ଧି ହତାଶ ହୋଇଛନ୍ତି। କଦଳୀବନ୍ଧା ଗାଁ ଲୋକେ ଟଙ୍କା ପାଇବା ଆଶାରେ ବିକଳ୍ପ ନପାଇ ପାପରମେଟେଲା ଥାନାରେ ଏଜେଣ୍ଟ ପିତାମ୍ବର ଖେମୁଡୁ ଓ କମ୍ପାନୀ ନାମରେ ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକାରି ମାନେ ଲେକୁ ଖୀଲ, ଏରାନା ଖିଲ, ସନୁ ହାନ୍ତାଲ, ଲେସେ ହନ୍ତାଳ। ଅଳ୍ପ କିଛି ଦିନ ତଳେ ପିତାମ୍ବର ଖେମୁଡୁ କିଛି ଲୋକଙ୍କୁ ସାଙ୍ଗରେ ଧରି ଆସି ଉକ୍ତ କଦଳୀବନ୍ଧା ଗାଁରୁ ବିଦୂତଟ୍ରାନସ ଫରମର କୁ କାଢ଼ି ନେଇ ଯାଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ପାପରମେଟେଲା ଥାନା ଅଧିକାରୀ ଲଷ୍ମୀନାରାୟଣ ମୁଦୁଲିଙ୍କୁ ଫୋନ ଯୋଗେ ଏ ସମ୍ପର୍କରେ ପଚାରିବାରୁ ସେ ଲୋକେ ଅଭିଯୋଗ କରିଛନ୍ତି ଏତଲା ପଞ୍ଜିକୃତ ହୋଇଛି ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଟlନ ନିଆଯିବ ବୋଲି ପ୍ରକାଶ କରିଥିବା ବେଳେ ଶ୍ରୀ ଖେମୁଡୁଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ହୋଇପାରିନି।