ଗଞ୍ଜାମ,ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଘରେ ବାପାମାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତିନି ଜଣ ନାବାଳକ ଏହି ୧୦ ବର୍ଷିୟା ନାବାଳିକାକୁ ଗତ ସୋମବାର ଦିନ ଗଣ ଦୁଷ୍କର୍ମ କରିଛନ୍ତି । ରାତିରେ ବାପାମା ଘରକୁ ଫେରିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ଜଣାଇଥିଲା । ତେବେ ଗାଁର କିଛି ଲୋକ ଘଟଣାର ସମାଧାନ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା । ଗତକାଲି ନାବାଳିକାଙ୍କ ବାପା ଏନେଇ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ସଦର ଥାନା ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ଆଜି ନାବାଳିକାଙ୍କୁ ଡ଼ାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି । ପୋଲିସ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ହସ୍ତଗତ ହେବା ପରେ ଅଭିଯୁକ୍ତଙ୍କ ବିରୋଧ ପୋଲିସ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।