ଗଞ୍ଜାମ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରାପଲ୍ଲୀ – ଅର୍ଜ୍ଜୁନପଲ୍ଲୀ ଗ୍ରାମ ମଧ୍ୟରେ ଥିବା କାଜୁ ଜଙ୍ଗଲରୁ ଗତକାଲି ରାତିରେ ଜଣେ ମହିଳାଙ୍କ ଉଲଗ୍ନ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି । ଏଯାବତ୍ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ମୃତ ମହିଳା ଜଣକ ଏକ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ତାଙ୍କ ମୁହଁରେ ଶକ୍ତ ଆଘାତ ଲାଗିଥିବା ବେଳେ ପାଖରେ ଛିଣ୍ଡି ପଡିଛି ତାଙ୍କ ମଙ୍ଗଳ ସୂତ୍ର । ମୁହଁର ଥୋଡ଼ି ନିକଟରେ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ଦେଖିବାକୁ ମିଳିଛି । ପାରିପାଶ୍ୱର୍କ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି । ଘଟଣା ପରେ ପୁରୁଷୋତମପୁର ଏସଡ଼ିପିଓ ସୀମା ସ୍ୱାଇଁ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଓ ପୋଲସରା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଂଟିଫିକ୍ ଟିମ୍ ର ମଧ୍ୟ ସହାୟତା ନେଇଛି ପୋଲିସ । ପୋଲିସ ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି ।