
ପୁରୀ, ଶ୍ରୀମନ୍ଦିର ଭିତର ଓ ବାହାର ଆଜି ସାନିଟାଇଜ୍ କରାଯାଇଛି । ଏଥିଯୋଗୁଁ ସାଧାରଣ ଦର୍ଶନ ଆଜି ଦିନକ ପାଇଁ ବନ୍ଦ ରହିଛି । ତେବେ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ଯଥାବିଧି ଜାରୀ ରହିଛି । ସେବାୟତ ମାନେ ଧାର୍ଯ୍ୟ ସମୟ ଅନୁଯାୟୀ ନୀତିକାନ୍ତି ସମାପନ କରୁଛନ୍ତି । ଗତ ୨୧ ତାରିଖ ଠାରୁ ବିନା କୋଭିଡ଼୍ ରିପୋର୍ଟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର କାର୍ଯ୍ୟାଳୟର ସ୍ପେଶିଆଲ ଅପରେଟିଙ୍ଗ ପ୍ରୋସିଜ୍ୟୁର (ଏସଓପି) ଅନୁଯାୟୀ ଫେବୃୟାରୀ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତି ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ସାନିଟାଇଜ୍ କରିବା ପାଇଁ ନିଷ୍ପତି ହୋଇଥିଲା ।
ସାନିଟାଇଜ୍ ପରେ ଆସନ୍ତା କାଲି ଠାରୁ ପୁଣି ଥରେ ଯଥାବିଧି ଭକ୍ତ ମାନେ ବିନା କରୋନା ରିପୋର୍ଟରେ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ ।