
ଉଲ୍ଲେଖନୀୟ ଯେ , ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ୨୦୧୯ ଅଗଷ୍ଟ ୫ ତାରିଖ ଠାରୁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା । ମାତ୍ର ଗତ ବର୍ଷ ଜାନୁଆରୀ ୨୫ ତାରିଖରେ ୨ଜି ସେବା ପୁଣି ଥରେ ଆରମ୍ଭ ହୋଇଥିଲା । ସାଧାରଣ ଜନଜୀବନ ସ୍ୱଭାବିକ ହେବା ପରେ ଏବେ ୪ଜି ଇଣ୍ଟରନେଟ ସେବାରୁ କଟକଣା ହଟାଇ ଦିଆଯାଇଛି । ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁ କଶ୍ମୀରରେ ୪ଜି ସେବା ଆରମ୍ଭ ପାଇଁ ଅପିଲ କରିଥିଲେ । ଏବେ ଏହି ବହୁପ୍ରତିକ୍ଷୀତ ସେବା ଆରମ୍ଭ ହୋଇଯିବା ପରେ ଅବଦୁଲା ଖୁସି ଅନୁଭବ କରିଛନ୍ତି ।