
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଶନିବାର କୋଭିଡ ଟିକାକରଣ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏଥର ଗୃହ ବିଭାଗ, ରାଜସ୍ବ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଟିକା ନେଇଛନ୍ତି। ଆମ୍ବପୁଆସ୍ଥିତ ପୁଲିସ ରିଜର୍ଭ ଠାରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ଠାରୁ ଟିକାକରଣ ଆରମ୍ଭ ହୋଇଥିଲା। ତାଙ୍କ ପରେ ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ, ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର, ବ୍ରହ୍ମପୁର ସହର ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ସମେତ ସହରର ସମସ୍ତ ୫ଟି ଥାନାର ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଥିଲେ । ଅପରପକ୍ଷେ ବ୍ରହ୍ମପୁର ଟାଉନ୍ହଲ୍ ଠାରେ ମଧ୍ୟ ଟିକାକରଣ କରାଯାଇଥିଲା। ସେଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସହ ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଥିଲେ। ବ୍ରହ୍ମପୁର ମହାନଗର ନିଗମର କମିଶନର୍ ଡ. ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏହାକୁ ଉଦ୍ଘାଟନ କରିଥିଲେ। ଡେପୁଟି କମିଶନର୍(ପରିମଳ) ରୋମାଞ୍ଚଳ ଖମାରୀ ଏବଂ ଡେପୁଟି କମିଶନର୍(ରାଜସ୍ବ) ଆଶୁତୋଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO