୨୦୨୧ ଫେବ୍ରୁଆରୀ ୧ ତାରିଖ ସୁଦ୍ଧା ଲୋକଙ୍କ କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଭାରତ ବିଶ୍ୱରେ ସର୍ବାଗ୍ରେ ଥିବା ପାଞ୍ଚ ଦେଶ ମଧ୍ୟରେ ଅନ୍ୟତମ ଥିଲା । ଏହି ଅଭିଯାନକୁ ଭାରତ ତ୍ୱରାନ୍ୱିତ କରିଛି ।କୋଭିଡ ମୁକାବିଲାର ବିଭିନ୍ନ କ୍ଷେତ୍ରରେ ମଧ୍ୟରେ ଭାରତ ସଫଳତା ପାଇଚାଲିଛି ।ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏହି ରାଜ୍ୟ ଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ଅରୁଣାଚଳ ପ୍ର୍ରଦେଶ, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ଲାଦାଖ(କେନ୍ଦ୍ରଶାସିତ ଅଞ୍ଚଳ), ସିକିମ, ମଣିପୁର, ପୁଡୁଚେରୀ, ଗୋଆ, ଓଡ଼ିଶା ଏବଂ ଆସାମ ।
ଦୈନିକ ଅଧିକରୁ ଅଧିକ ଲୋକ କରୋନାରୁ ସୁସ୍ଥ ହେଉଥିବାରୁ ଏବଂ ମୃତ୍ୟୁ ହାର ହ୍ରାସ ପାଉଥିବାରୁ ଭାରତରେ କରୋନା ସକ୍ରିୟ ମାମଲା ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି ।
ବିଗତ ୨୪ ଘଣ୍ଟା ମଧ୍ୟରେ ସକ୍ର୍ରିୟ କରୋନା ମାମଲା ୧,୬୦,୦୫୭ କୁ ହ୍ରାସ ପାଇଛି । ଦେଶରେ ସକ୍ରିୟ କରୋନା ମାମଲା ମୋଟ ମାମଲାର ୧.୫% (ଏବେ ୧.୪୯%) ତଳକୁ ହ୍ରାସ ପାଇଛି ।ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟୟରେ ୧୧,୦୩୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହି ଅବଧିରେ ୧୪,୨୨୫ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୩୨୯୬ ହ୍ରାସ ପାଇଛି ।
ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୦୪,୬୨,୬୩୧ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର (୯୭.୦୮%) ବିଶ୍ୱରେ ସର୍ବାଧିକ ଥିବା କେତେକ ଦେଶଙ୍କ ମଧ୍ୟରେ ଅନ୍ୟତମ ।
କରୋନା ସକ୍ରିୟ ମାମଲା ଏବଂ ସୁସ୍ଥଙ୍କ ମଧ୍ୟରେ ଥିବା ପାର୍ଥକ୍ୟ କ୍ରମେ ବୃଦ୍ଧି ପାଇ ୧,୦୩,୦୨,୫୭୪ ରେ ପହଞ୍ଚିଛି ।
୩୧ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ଏବେ ୫ ହଜାରରୁ କମ୍ ରହିଛି ।
ଆଠଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ଜାତୀୟ ପଜିଟିଭ୍ ହାର(୧.୯୧%)ଠାରୁ ଅଧିକ ପଜିଟିଭ୍ ହାର ରହିଛି । କେରଳରେ ସର୍ବାଧିକ ସାପ୍ତାହିକ ପଜିଟିଭ୍ ହାର ୧୨% ଥିବା ବେଳେ ଛତିଶଗଡ଼ରେ ରହିଛି ୭% ।
୨୦୨୧ ଫେବ୍ରୁଆରୀ ୩ ତାରିଖ ସକାଳ ୮ଟା ସୁଦ୍ଧା ଦେଶବ୍ୟାପୀ ୪୧ ଲକ୍ଷରୁ ଅଧିକ (୪୧,୩୮,୯୧୮) ହିତାଧିକାରୀଙ୍କ ଟିକାକରଣ ହୋଇପାରିଛି ।ବିଗତ ୨୪ ଘଣ୍ଟାରେ ଦେଶବ୍ୟାପୀ ୩୮୪୫ ସେସସନରେ ୧,୮୮,୭୬୨ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ହୋଇଛି ।
ଏ ପର୍ଯ୍ୟନ୍ତ ମୋଟ ୭୬,୫୭୬ ସେସନ୍ ହୋଇଛି ।ଦୈନିକ ଟିକାକରଣ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।ଦେଶରେ ନୂଆ ସୁସ୍ଥମାନଙ୍କ ମଧ୍ୟରୁ ୮୫.୬୨% ଆସିଛନ୍ତି ୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ଗୋଟିଏ ଦିନରେ ସର୍ବାଧିକ ୫୭୪୭ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ ୪୦୧୧ ଏବଂ ତାମିଲନାଡ଼ୁରେ ୫୨୧ ଜଣ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ଗୁଡ଼ିକରୁ ୮୩.୦୧% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ଗୋଟିଏ ଦିନରେ ସର୍ବାଧିକ ୫୭୧୬ ଜଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ ୧୯୨୭ ଏବଂ ତାମିଲନାଡ଼ୁରେ ୫୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୬୬.୩୬% ମୃତ୍ୟୁ ହୋଇଛି ୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି ।