କେନ୍ଦୁଝର, କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ପଂଚାୟତରେ ରହିଛି ଜଗଦଳା ଡ୍ୟାମ । ଏହି ଡ୍ୟାମର ରିଜର୍ଭର କୁ ମୁଖ୍ୟତଃ ପାଶ୍ୱର୍ରେ ରହିଥିବା ଜଙ୍ଗଲାଚଂଳରୁ ପାଣି ଆସିଥାଏ । ଝୁମ୍ପୁରା ବ୍ଲକର ମଲଦା ଅଂଚଳ ସମେତ ସଦର ବ୍ଲକର ୨ ଟି ଗ୍ରାମ ପଚାଂୟତର ଶତାଧିକ ଚାଷୀ ଜଗଦଳା ଡ୍ୟାମ ଦ୍ୱାରା ଉପକୃତ ହୋଇ ଥାଆନ୍ତି ।
କିନ୍ତୁ କିଛି ବର୍ଷ ହେଲା ହେବ ଡ୍ୟାମର ରିଜର୍ଭର ପୋତି ହୋଇ ପଡୁଥିବା କାରଣରୁ ଡ୍ୟାମ ରିଜର୍ଭର ର ଜଳ ଧାରଣା କ୍ଷମତା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥିଲା । ଫଳରେ ଡ୍ୟାମ ଉପରେ ନିର୍ଭରଶୀଳ ଚାଷୀଙ୍କ ପାଇିଁ ସମସ୍ୟାର କାରଣ ହୋଇ ପଡିଥିଲା । ଏ ସଂପର୍କରେ ଚାଷୀମାନଙ୍କ ପକ୍ଷରୁ କ୍ରମାଗତ ଅଭିଯୋଗ ପରେ, କ୍ଷୁଦ୍ର ଜଳସେଚନ ବିଭାଗ ର ଅଧିକାରୀ ମାନଙ୍କର ଦୟା ହୋଇଥିଲା । ଏବଂ ୨୦୧୮ ମସିହାରେ ଜଗଡଳା ଡ୍ୟାମର ଉନ୍ନତି କରଣ କାମ ପାଇଁ ଟେଣ୍ଡର କରାଗଲା । ଏଥିପାଇିଁ କେନ୍ଦୁଝର ଜିଲା ଖଣିଜ ପାଣ୍ଠିରୁ ବ୍ୟୟ ଅଟକଳ ପାଇିଁ ନିଷ୍ପତି ହୋଇଥିଲା । ବିଭାଗ ପକ୍ଷରୁ ସୂଚନା ଫଳରେ ଦର୍ଶାଯାଇଥିବା ତଥ୍ୟନୁଶାରେ ଜଗଦଳା ଡ୍ୟାମର ଉନ୍ନତି କରଣ ପାଇିଁ ୩ କୋଟି ୩୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ର ବ୍ୟୟ ଅଟକଳ କରା ଯାଇଥିବା ବେଳେ କାର୍ଯ୍ୟ ଆରମ୍ଭ ୨୦୧୮ ମସିହା ମେ ମାସ ୫ ତାରିଖ ଏବଂ କାର୍ଯ୍ୟ ଶେଷ ୨୦୧୮ ଡିସେମ୍ବର ୪ ତାରିଖ ରହିଛି । ହେଲେ ସୂଚନା ଫଳକର ତଥ୍ୟ ଓ ବାସ୍ତବ ତଥ୍ୟ ଆକାଶ ପାତାଳ ପ୍ରଭେଦ ବୋଲି କହଛନ୍ତି ଗ୍ରାମବାସୀ ଓ ପାଣି ପଂଚାୟତ । ଗ୍ରାମବାସୀ ଓ ପାଣି ପଂଚାୟତ ଙ୍କର କହିବାନୁଶାରେ ଡ୍ୟାମର ଉନ୍ନତି କରଣ କାମ କିଛି ହେଲେ ବି ହୋଇ ନାହିଁ । ଏ ସଂପର୍କରେ ପାଣି ପଚାଂୟତ ସଦସ୍ୟ ତଥା ଚାଷୀ ସୁନାରାମ ମାଝୀ, ଆଦେଶ ମୁଣ୍ଡା, କହ୍ନେଇ ମାଝୀ, ଜାପାନ ମାଝୀ, ସନାତନ ବେଶ୍ରା, ଛୋଟରାୟ ମାଝି, ମାଧ ମୁଣ୍ଡା, ଉଦୟ ପୂର୍ତି ପ୍ରମୁଖ କ୍ଷୁଦ୍ର ଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଚାଷୀ ସମୂହ ପ୍ରଶ୍ନ ଉଠାଇଛନ୍ତି ଯେ ସୂଚନା ଫଳକରେ କାମ ସିନା ଶେଷ କରିଦେଲେ ହେଲେ ଡ୍ୟାମରୁ ପାଣି କେବେ ଛାଡିଲା ଏବଂ ପଙ୍କଦ୍ଧାର କେବେ ହେଲା ସେ ସଂପର୍କରେ ତଥ୍ୟ ରଖାଯାଉ ।
ଚାଷୀ ମାନଙ୍କର ଅଭିଯୋଗ ନେଇ କ୍ଷୁଦ୍ର ଜଳସେଚନ ବିଭାଗର କେନ୍ଦୁଝରସ୍ଥିତ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ କହିଛନିତି ଯେ ଜଗଦଳା ଡ୍ୟାମର ଉନ୍ନତି କରଣ କାମ ହୋଇ ନାହିଁ ଏବଂ ଚଳିତ ବର୍ଷ କାମହେବ । ତେବେ ଚାଷୀଙ୍କ ସହିତ କ୍ଷୁଦ୍ର ଜଳସେଚନ ବିଭାଗ କର୍ତୂପକ୍ଷଙ୍କ ଏକ ବୈଠକ ଅନୁଷ୍ଠିତ ହେବାର ୩ ମାସ ବିତିଲାଣି, ଏଯାଏଁ କାମ କିଛି ହେଲେ ଆରମ୍ଭ କରାଯାଇନାହିଁ । ଏହା ହିଁ ହେଉଛି ବାସ୍ତବ ଚିତ୍ର । ତେବେ ଏହାକୁ ପ୍ରଶାସନିକ ବ୍ୟବସ୍ଥା ସ୍ଥାଣୁତାର ନଗ୍ନ ନିଦର୍ଶନ ବୋଲି କୁହାଗଲେ ଭୁଲ ରହିଲା କେଉଁଠି ।