
କଟକ– କଟକ ତୁଳସୀପୁରସ୍ଥିତ ଏକ ଘରୋଇ ହସ୍ପିଟାଲ (ସନ୍ ହସ୍ପିଟାଲ) ରେ ଆଜି ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଛି । ୫ରୁ ୭ଟି ଦମକଳ ଗାଡି ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ସେହିପରି କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଇନାହିଁ । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂହ, ଜିଲ୍ଲାପାଳ ଓ ସିଏମସି କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।