
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ଅନ୍ତର୍ଗତ ରାଣୀପଡ଼ାର ପ୍ରଭାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଘର ମଧ୍ୟରୁ ଏକ ସମ୍ବର ଉଦ୍ଧାର ହୋଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସମ୍ବରକୁ ଉଦ୍ଧାର କରିଥିଲେ ।
ପୋଲସରା ରେଞ୍ଜ୍ ଲାଞ୍ଜିଆ ନିକଟ ସୁନାଦେଇରୁ ମାଈ ସମ୍ବରଟି ଆସି ତାଙ୍କ ପାଇଖାନା ଘରେ ରହିଯାଇଥିଲା । ସମ୍ବରଟିକୁ ଉଦ୍ଧାର ପାଇଁ ସ୍ଥାନୀୟ ଦମକଳ ବାହିନୀ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ବନ ବିଭାଗ ଏସିଏଫ ଶଙ୍କର୍ଷଣ ବେହେରା ଓ ପୋଲସରା ରେଞ୍ଜର ସଚିନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ପହଂଚି ଥିଲେ । ଆସିକାରୁ ଯନ୍ତା ଅଣାଯିବା ପରେ ଗତକାଲି ରାତିରେ ଶମ୍ବରଟି ସେଥିରେ ପଡିଥିଲା । ଆଜି ସକାଳେ ସମ୍ବରଟିକୁ ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO