
ଭୁବନେଶ୍ୱର- କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୋରାପୁଟ ଦୁର୍ଘଟଣା ନେଇ ଦୁଃଖ ବ୍ୟକ୍ତ କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ କୋରାପୁଟ ଜିଲ୍ଲାର କୋଟପଡା ଥାନାର ମୂର୍ତାହାଣ୍ଡି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ପ୍ରଭୂ ଜଗନ୍ନାଥଙ୍କ ପାଖେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି । ଏଭଳି ଏକ ଦୁଃଖଦ ସମୟରେ ଧୈର୍ଯ୍ୟ ପ୍ରଦାନ ନିମନ୍ତେ ପରମେଶ୍ୱରଙ୍କ ପାଖେ ପ୍ରାର୍ଥନା କରୁଛି ।