
ଭୁବନେଶ୍ୱର– ସୋମବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ୨୦୨୧-୨୨ ବଜେଟ୍ ଭାରତର ରାଷ୍ଟ୍ରୀୟ ସମ୍ପତି– ବ୍ୟାଙ୍କ, ବୀମା, ରେଳବାଇ, ବନ୍ଦର, ପ୍ରତିରକ୍ଷା ଓ ରାଷ୍ଟ୍ରାୟତ କମ୍ପାନୀକୁ ଦେଶୀ-ବିଦେଶୀ ପୁଞ୍ଜିପତିମାନଙ୍କୁ ବିକିଦେବାର ଦେଶ ବିରୋଧୀ ବଜେଟ୍ । ଏଥିରେ କୃଷି ଓ କୃଷକଙ୍କ ବିକାଶ ହେବ ନାହିଁ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।
କରୋନା ସମୟରେ କାମ ବା ଚାକିରି ହରାଇଥିବା ୧୧ କୋଟି ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରୁ ୫୦ ଭାଗଙ୍କ ପୁନଃନିଯୁକ୍ତିର ସମ୍ଭାବନା ନାହିଁ । ଏହି ବଜେଟ୍ ଫଳରେ ପେଟ୍ରୋଲ, ଡିଜେଲ ଓ ଜାଳେଣୀ ଗ୍ୟାସ୍ ସହିତ ସବୁ ଜିନିଷର ଦାମ୍ ବୃଦ୍ଧି ପାଇ ଗରିବ ଓ ମଧ୍ୟବିତଙ୍କ ଜୀବନକୁ ଦୁର୍ବିସହ କରିଦେବ । ଏଣୁ ଏହା ଏକ କର୍ପୋରେଟ୍ ବଜେଟ୍ । ଏଥିରେ ପୁଞ୍ଜିପତିଙ୍କ ପାଇଁ ପୁଷମାସ ଓ ସାଧାରଣ ମଣିଷଙ୍କ ପାଇଁ ସର୍ବନାଶ ଆସିବ ବୋଲି ସେ କହଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO