

କରୋନା ସମୟରେ କାମ ବା ଚାକିରି ହରାଇଥିବା ୧୧ କୋଟି ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରୁ ୫୦ ଭାଗଙ୍କ ପୁନଃନିଯୁକ୍ତିର ସମ୍ଭାବନା ନାହିଁ । ଏହି ବଜେଟ୍ ଫଳରେ ପେଟ୍ରୋଲ, ଡିଜେଲ ଓ ଜାଳେଣୀ ଗ୍ୟାସ୍ ସହିତ ସବୁ ଜିନିଷର ଦାମ୍ ବୃଦ୍ଧି ପାଇ ଗରିବ ଓ ମଧ୍ୟବିତଙ୍କ ଜୀବନକୁ ଦୁର୍ବିସହ କରିଦେବ । ଏଣୁ ଏହା ଏକ କର୍ପୋରେଟ୍ ବଜେଟ୍ । ଏଥିରେ ପୁଞ୍ଜିପତିଙ୍କ ପାଇଁ ପୁଷମାସ ଓ ସାଧାରଣ ମଣିଷଙ୍କ ପାଇଁ ସର୍ବନାଶ ଆସିବ ବୋଲି ସେ କହଛନ୍ତି ।