
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଗତ ୩୧ ତାରିଖ ସକାଳ ଠାରୁ ୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଓ ବେଆଇନ ମଦ କାରବାର ଉପରେ ଚଢ଼ଉ କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକ ମାନଙ୍କ ଠାରୁ ୫୦ ହଜାର ୫୦୦ ଟଙ୍କା ଚାଲାଣ କଟାଯାଇଛି ।
ଅନୁରୂପ ଭାବେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଉପରେ ଚଢ଼ଉ କରାଯିବା ସହିତ ଏସବୁ ସ୍ଥାନରୁ ୧୨୯.୮ ଲିଟର ମଦ ଜବତ ହୋଇଛି । ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ୧୨ଟି ଅବକାରୀ ମାମଲା ଥାନାରେ ରୁଜ୍ଜୁ ହୋଇଛି ।
ଏହା ବ୍ୟତୀତ ଭେଇକିଲ୍ ଆକ୍ଟ ଉଲ୍ଲଙ୍ଘନ କରିଥିବା ୨୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିବା ନିମନ୍ତେ ଜବତ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO