

ମାଲକାନଗିରି -ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମାଓପ୍ରବଣ ମାଡକାପଦର ପଞ୍ଚାୟତ ନିଖୁଣି ଜଙ୍ଘଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇଁ ଏସ ଓ ଜି ଯବାନ ଅପେରସନ ରେ ବାହାରିଥିଲେ!ଆଜି ସକାଳୁ ଯବାନ ମାଓ କ୍ୟାମ୍ପ ନିକଟରେ ହେବା ଦେଖି ପ୍ରଥମେ ମାଓବାଦୀ ଗୁଳି ଚଳାଇଥିଲେ!ଏହାର ପାଲଟା ଜବାବ ରେ ଯବାନଗୁଳି ଚଳାଇଥିଲେ!ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳି ବିନିମୟ ହେବା ପରେ ମାଓବାଦୀ ଛତ୍ର ଭଙ୍ଗ ଦେଇ ପଳାଇଥିଲେ!ଉଭୟ ମଧ୍ୟରେ ଗୁଲୁବିନିମୟରେ ଜଣେ ମାଓବାଦୀ ମରିଥିବା ପୋଲିସ ସୂଚନା ଦେଇଥିବାବେଳେ ଏବେବି ଉକ୍ତ ଅଞ୍ଚଳ ରେ ଯବାନ ଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି!ଏହି ଅଞ୍ଚଳରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଦଳମ ଓ ଛତିଶଗଡ଼ ରାଜ୍ୟ ଦରଭା ଦଳମ ମାଓବାଦୀ ମାନେ ବେଶ ସକ୍ରିୟ ରହିଛନ୍ତି!