

ମାଲକାନଗିରି -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ପଞ୍ଚାୟତ ଆଞ୍ଚଳିକ ମଞ୍ଚ ନେତୃତ୍ୱରେ ରାଜଲକୋଣ୍ଡା ଗ୍ରାମ ଠାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ପୃଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରାଯିବା ସହିତ ବିଭିନ୍ନ ପ୍ରକାରର ପୃଷ୍ଟିକର ଖାଦ୍ୟ ପଦାର୍ଥ ର ଚିହ୍ନଟି କରଣ ପାଇଁ ଫଳ, ପନିପରିବା, ଖାଦ୍ୟ ରପ୍ରଦ ର୍ଶନୀ ମାଧ୍ୟମରେ ମହିଳା ମାନଙ୍କୁ ବୁଝାଇ ସଚେତନ କରିଥିଲେ। ପୁଷ୍ଟିକର ଖାଦ୍ୟ ଖାଇବା ଦ୍ଵାରା କରୋନା ତଥା ଅନ୍ୟ ବହୁ ମହାମାରୀ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଠିକ ଭାବରେ ଖାଇବା ଦ୍ଵାରା ଜଣେ ଗର୍ଭବତୀ ତଥା ପ୍ରସୂତି ମହିଳା, ଶିଶୁ ଏବଂ ଅନ୍ୟ ମାନେ ମଧ୍ୟ ପୋଷଣ କିମ୍ବା ଅପପୃଷ୍ଟି ଶିକାର ହେବେ ନାହିଁ। ଅପପୃଷ୍ଟି କୁ ରୋକିବାକୁ ସରକାର ଓଡିଶା ଜୀବିକା ମିଶନ ଓ ମହିଳା ଓ ଶିଶୁ ବିକାଶ ଯୋଜନା, ୟୁନିସେଫ ଏବଂ ଅନ୍ୟ ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ମାଧ୍ୟମରେ ସେବା ଜାରି ରଖିଛନ୍ତି। ପୃଷ୍ଟି ମହୋତ୍ସବ ଚିତ୍ରକୋଣ୍ଡା ବିପିଏମ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର ନେତୃତ୍ୱରେ ହୋଇଥିବା ବେଳେ ଏହି ପୃଷ୍ଟି ମହୋତ୍ସବରେ ଚିତ୍ରକୋଣ୍ଡା ପଞ୍ଚାୟତ ଆଞ୍ଚଳିକ ମଞ୍ଚର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଓଡିଶା ଜୀବିକା ମିଶନ ଦ୍ଵାରା କାର୍ଯ୍ୟାରତ ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ପରିଚାଳନା କରିଥିଲେ ଆଜି ସୁଧା ଭିର୍ଣ୍ଣ ଭିର୍ଣ୍ଣ ଦିନ ବିଭିର୍ନ ପଞ୍ଚାୟତ ଯଥା ଦୋରାଗୁଡା, ନୂଆଗୁଡା, ବଡ଼ପଦର, ବଡ଼ପଡ଼ା, ପାପରମେଟେଲା ପଞ୍ଚାୟତ ଆଞ୍ଚଳିକ ମଞ୍ଚ ଅନୁଯାଇ ଉକ୍ତ ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।