ମୁମ୍ବାଇ – ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆତଙ୍କବାଦ ଓ ନକ୍ସଲବାଦ ହେଉଛନ୍ତି ମାନବିକ ଅଧିକାରର ସବୁଠାରୁ ବଡ ଶତ୍ରୁା କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାରେ ଆସିବା ପର ଠାରୁ ଏମାନଙ୍କର ମୂଳପôାଟନ କରିବା ଦିଗରେ କାମ କରୁଛି କିନ୍ତୁ କଂଗ୍ରେସ ଓ ଏନସିପିର ନେତା ମାନଙ୍କୁ ଏହି କାମ ଭଲ ଲାଗୁ ନାହିଁ । ମହାରାଷ୍ଟ୍ରର କୋହ୍ଲାପୁର ଠାରେ ଏକ ସଭାକୁ ସମ୍ବୋଧିତ କରି ଶ୍ରୀ ଶାହ ଏହା କହିଛନ୍ତି ।
କୋହ୍ଲାପୁର ଗସ୍ତ ସମୟରେ ଶ୍ରୀ ଶାହ ଅମ୍ବାବାଇ ମହାଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚନା ମଧ୍ୟ କରିଥିଲେ ।
ସେ କହିଥିଲେ ଯେ ଜନ ସଂଘ ସମୟରୁ ହିଁ ଜାମ୍ମୁକାଶ୍ମୀରରେ ଆତଙ୍କବାଦର ପ୍ରସାର ହୋଇଥିଲା । ଜନସଂଘ ବେଳୁ ଦେଶର ଜନସାଧାରଣ ଚାହୁଁଥିଲେ ଯେ ଧାରା ୩୭୦ ଉଚ୍ଛେଦ ହେଉ । କିନ୍ତୁ କଂଗ୍ରେସ ସରକାର ଏହି ଧାରାକୁ ହଟାଇବାକୁ ଚେଷ୍ଟା କରୁ ନ ଥିଲା । ଏହାର ଓଲଟା ପାକିସ୍ତାନ ଆତଙ୍କବାଦୀ ମାନଙ୍କୁ ଏକେ-୫୬ ରାଇଫଲ ଦେଇ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିଲା । ଏଥିରେ ବର୍ତମାନ ଯାଏ ୪୦ ହଜାର ଲୋକ ପ୍ରାଣ ହରାଇ ସାରିଲେଣି ।
ଗତ ସାଧାରଣ ନିର୍ବାଚନରେ ପୁଣି ଥରେ ସଂଖ୍ୟା ଗରିÂତା ହାସଲ କରି ଦେଶକ ପ୍ରଧାନମନ୍ତ୍ରୀ ଭାବେ ପୁଣି ଦାୟିତ୍ୱ ନେବା ପରେ ନରେନ୍ଦ୍ର ମୋଦି ୫୬ ଇଂଚର ଛାତି ଦେଖାଇ ଧାରା ୩୭୦କୁ ନିଷ୍ପ୍ରଭାବୀ କରି ଦେଇଥେଲେ । ରାହୁଲ ଗାନ୍ଧୀ ଓ ଶରଦ ପାବାର କହୁଛନ୍ତି ଯେ ଏହା ଭଲ ହେଲା ନାହିଁ । ତିନି ତଲାକ ମାମଲାରେ ମା ଭଉଣୀ ମାନେ ହଇରାଣ ହେଉଥିଲେ । ହେଲେ କଂଗ୍ରେସ ଏନସିପି ଚାହୁଁଥିଲେ ଏ ନେଇ ନିୟମ ନ ଆସୁ ।