
କଟକ, ପୁଣି କଟକରେ ନକଲି ଘିଅ ଫ୍ୟାକ୍ଟ୍ରୀ ଠାବ ହୋଇଛି । ସିଡିଏ ସେକ୍ଟର-୯ ଅଂଚଳରେ ନକଲି ଘିଅ କାରଖାନା ଠାବ କରିଛି ମର୍କତନଗର ପୋଲିସ । ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ କରିଛି । ଏଥିସହ ବ୍ୟବହୃତ ମେସିନ, ବିଭିନ୍ନ ନାମୀଦାମୀ ଘିଅ କମ୍ପାନୀର ଡ଼ବା ଜବତ କରିଛି । ଫ୍ୟାକ୍ଟ୍ରୀର ମାଲିକ ଦୀପକ ଅଗ୍ରୱାଲଙ୍କ ସମେତ ଅନ୍ୟଜଣଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ପଚରା ଉଚୁରା ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ କମିଶରେଟ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ କଟକରୁ ନକଲି ଘିଅ, ତେଲ, ମସଲା, ସସ୍, ସିନ୍ଥେଟିକ୍ ପନିର୍ ଠାବ କରାଯାଇଥିଲା । ପାମୋଲିନ୍ ତେଲ, ଘିଅ ଓ ରାଶିତେଲରେ ସେମାନେ ଏହି ଘିଅ ପ୍ରସ୍ତୁତ କରୁଥିଲେ । ଏନେଇ ଫ୍ୟାକ୍ଟ୍ରିର ମାଲିକ ଉପଯୁକ୍ତ କାଗଜପତ୍ର ଦେଖାଇ ପାରିନାହାଁନ୍ତି । ଘଟଣାର ତଦନ୍ତ ଜାରୀ ରହିଛି ବୋଲି ମର୍କତନର ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO