
କନ୍ଧମାଳ, କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଚାଂୟତର ଗୋଛାଗୁଡ଼ା ଗ୍ରାମରେ ମାଓ ବାଦୀ ମାନେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଦୁଇ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଜଣକୁ ଗଳା କାଟି ହତ୍ୟା କରିଥିବା ବେଳେ ଅନ୍ୟ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତିି । ମୃତକ ଦ୍ୱୟ ହେଲେ ଗୋଛାଗୁଡା ଗ୍ରାମର ହେମନ୍ତ ପାତ୍ର ଓ ଭବାନୀଶଙ୍କର ପାତ୍ର । ମୃତଦେହ ନିକଟରେ ମାଓବାଦୀ ମାନେ ଉଭୟଙ୍କୁ ପୋଲିସ ଇନଫର୍ମର ହୋଇଥିବାରୁ ହତ୍ୟା କରାଯାଇଥିବା ନେଇ ଉଲ୍ଲେଖ କରିଛନ୍ତି । ସେପ୍ଟେମ୍ବର ୨ ତାରିଖରେ ସିର୍ଲା ପଚାଂୟତର ସିର୍କି ଠାରେ ପୋଲିସ ଗୁଳିରେ ୫ ମାଓବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯାଇଥିବା ନେଇ ଉଲ୍ଲେଖ କରାଯାଇଛି ।