ରାଉରକେଲା, ଓଡିଶାର ରାଉରକେଲାରେ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ରହିବାର ଆବଶ୍ୟକତା ଏବେ ବି ରହିଛି, ଏହାକୁ ଷଡଯନ୍ତ୍ର କରି ରାଉରକେଲାରୁ ଉଠାଇ ନନିଆଯାଉ ବୋଲି କର୍ମଚାରୀ ସଂଗଠନର ସଭାପତି ସୁବ୍ରତ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡିଶା ସମେତ ସୁନ୍ଦରଗଡ ଜିଲ୍ଲାରେ ମ୍ୟାଲେରିଆର ପ୍ରକୋପ କ’ଣ ରହିଛି ତାହା ସରକାରୀ ଭାବେ କ’ଣ ଦର୍ଶାଯାଇଛି ତାହା ଭିନ୍ନ କଥା, କିନ୍ତୁ ଏବେ ବି ବିଭିନ୍ନ ଅଂଚଳରେ, ଗ୍ରାମାଂଚଳରେ ଏହି ସବୁ ସମସ୍ୟା ରହିଛି ଓ ସେ ସବୁ ଲାଗି ଏହି ପ୍ରତିଷ୍ଠାନର ଆବଶ୍ୟକତା ଏବେବି ରହିଛି ତେଣୁ କିଛି ନ୍ୟସ୍ତ ସ୍ୱାର୍ଥ ଲୋକଙ୍କ ଷଡଯନ୍ତ୍ରରେ ସରକାର ନପଡି ରାଉରକେଲାର ଏହି କାର୍ଯ୍ୟାଳୟକୁ ଏଠାରେ ରଖିବା ଲାଗି ପୁର୍ନବାର ସରକାର ନିଷ୍ପତି ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ୧୯୮୫ରେ ଗଞ୍ଜାମରେ ଥିବା ଏହି ସଂସ୍ଥାକୁ ସେ ସମୟରେ ରାଉରକେଲାକୁ ୧୯୮୮ରେ ଅଣାଯାଇଥିଲା । ଭାରତ ବର୍ଷରେ ମୋଟ ୧୨ଟି କେନ୍ଦ୍ରରୁ ୨ଟି ବନ୍ଦ ହୋଇ ମାତ୍ର ୧୦ଟି କେନ୍ଦ୍ର ପରିଚାଳିତ ହେଉଛି । ତେବେ ଚଳିତ ମାସ ୨୧ ତାରିଖ ଏହାର ମୁଖ୍ୟ କାର୍ଯ୍ୟାଳୟ ଚିଠି ନମ୍ବର ୭୫/୧/୨୦୨୧ ଅନୁଶାରେ ରାଉରକେଲାର ଏହି ସେଂଟରର ୪୪ କର୍ମଚାରୀଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ବଦଳି କରାଜିବା ସହ ସେମାନଙ୍କୁ ରିଲିଭ କରିଦେବା ଭଳି କଥା ନଜରକୁ ଆସିବା ପରେ ,ଏହି କେନ୍ଦ୍ରକୁ ଉଠାଇ ନିଆଜିବ ଓ ରାଂଚି ସହ ଏହାକୁ ସାମିଲ୍ କରିଦିଆଜିବ ବୋଲି ଖବର ଆସିବା ପରେ ଏହା ବିରୋଧରେ ଆନ୍ଦୋଳନ ତେଜିଛି । ତେବେ ରାଉରକେଲା ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲେ ବି ଏହାକୁ କାହିଁକି ଏଠାରେ ରଖାଜିବ ତାହା ବିଜେଡି ଷ୍ପଷ୍ଠ କରିନାହିଁ । ତେବେ ମ୍ୟାଲେରିଆର ପ୍ରକୋପ ଏବେବି ରହିଛି,ଏହାର ପରୀକ୍ଷା ବିଭିନ୍ନ ଡାକ୍ତରଖାନାରେ ହେବା ସହ ଶେଷ ମୁହୁର୍ତରେ ଏହି ଗବେଷଣା କେନ୍ଦ୍ରକୁ ପରୀକ୍ଷା ଲାଗି ଆସୁଛି ଓ ଲୋକେ ଏଥିରୁ ସୁଫଳ ପାଉଛନ୍ତି । ୨୦୧୬ର ରିପୋର୍ଟ ଅନୁଶାରେ ଓଡିଶାରେ ୭୨ ଲକ୍ଷରୁ ଅଧିକ ରକ୍ତ ନମୁନା ନିଆଯାଇଥିବା ବେଳେ, ସେଥିରୁ ୪ଲକ୍ଷ ୪୪ ହଜାର ୮୪୩ ପଜିଟିଭ ବାହାରି ୭୭ ଜଣ ମୃତ୍ୟୁ ବରଣ କରିଥିଲେ । ତେଣୁ ଏହାକୁ ସ୍ଥାନାନ୍ତର କରାନଯାଉ ବୋଲି ଶ୍ରୀ ପଟ୍ଟନାୟକ ଯୁକ୍ତି ବାଢିଛନ୍ତି । ସେହିଭଳି ଏଠାରେ କାର୍ଯ୍ୟରତ ୬୦ କର୍ମଚାରୀଙ୍କର ଏଠାରୁ ହଠାତ ରାଜ୍ୟ ବାହାରକୁ ହୋଇଥିବା ବଦଳି ଉପରେ ମଧ୍ୟ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଆଉଥରେ ବିଚାର କରିବାକୁ ଦାବି କରିଛନ୍ତି । କାରଣ ନିୟମ ଅନୁଶାରେ ଅବସର ନେବାକୁ ଯାଉଥିବା କର୍ମଚାରୀ ଚାକିରୀ ଶେଷ ସମୟରେ ନିଜ ଜିଲ୍ଲା କିମ୍ବା ରାଜ୍ୟରେ ରହିବା କଥା । ଏନେଇ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ବିଭାଗୀୟ ମନ୍ତ୍ରୀଙ୍କୁ ସଂଗଠନ ପକ୍ଷରୁ ଚିଠି ଲେଖା ଯାଇ ଅନୁରୋଧ କରାଯାଇ ନ୍ୟାୟ ଆଶାରେ ଅପକ୍ଷା କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।
ଅନ୍ୟ ପକ୍ଷରେ ସାଂସଦ ଜୁଏଲ ଓରାମ କହିଛନ୍ତି, ସେ ଏଥିଲାଗି ଉଦ୍ୟମ କରିବେ । ଯଦି ନ୍ୟାୟ ନମିଳେ ତେବେ ଆଇନର ଆଶ୍ରୟ ନେବାକୁ ସଂଗଠନ ବାଧ୍ୟ ହେବ ବୋଲି କୁହାଯାଇଛି ।