ଭୁବନେଶ୍ୱର, ଯାଜପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତ୍ୱ ନିୟମକୁ ନ ମାନିବା, ବାହାରେ ଛେପ ପକାଇବା ଓ ମୋଟର ଯାନ ଆଇନ ଭାଙ୍ଗିବା ଅଭିଯୋଗରେ ୧୫୦୫୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ବେଳେ ୦୨ ଜଣଙ୍କର ଡ୍ରାଇଭିଂଗ ଲାଇସେନ୍ସକୁ ନିଲମ୍ବିତ କରା ଯାଇଛି । ଯାଜପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୩ ଗିରଫ, ୯୧୮ ବାହନ ଜବତ
ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୩ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୯୧୮ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୦,୩୫,୯୦୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।