
ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ‘ସ୍ୱରାଜ’ର ସ୍ୱପ୍ନ ଥିଲା ଗାଁ ସମୃଦ୍ଧ ହେବ, ଗରିବ ଲୋକ ଗଣ୍ଡେ ଖାଇବାକୁ ଖଣ୍ଡେ ପିନ୍ଧିବାକୁ ପାଇବ ତା ପିଲା ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇପାରିବେ, ଶାସନକଳ ତା’ ପାଖରେ ପହଂଚିବ । କିନ୍ତୁ ଦୁଃଖର କଥା ତାଙ୍କ ମୃତ୍ୟୁର ୭୩ବର୍ଷ ପରେ ମଧ୍ୟ ଆଜି ଆମ ଗାଁ ଗୁଡ଼ିକରେ ମୌଳିକ ସୁବିଧା ନାହିଁ । ତେଣୁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଗ୍ରାମାଂଚଳର ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରି ର୍ସବନିମ୍ନ ମୌଳିକ ସେବା କିଭଳି ସାଧାରଣ ଲୋକପାଇଁ ଉପଲବ୍ଧ ହେବ, ସେ ଦିଗରେ ଯତ୍ନବାନ ହେଲେ ତାହାହିଁ ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ଥାନୀୟ ଜନତା ମଇଦାନରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଗାନ୍ଧିଜୀଙ୍କ ସ୍ୱପ୍ନର ‘ସ୍ୱରାଜ’ ସେହିଦିନ ଆସିବ, ଯେଉଁଦିନ ଜଣେ ନାରୀ ଏକାକିନୀ ଏ ଦେଶର ରାଜରାସ୍ତାରେ ମଧ୍ୟରାତ୍ରିରେ ନିର୍ଭୟରେ ଚାଲିଯାଇପାରିବ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ଯୁବନେତା ସୁବ୍ରତ ଲେଙ୍କା, ଜୟନ୍ତ ସ୍ୱାଇଁ, ହୃଷିକେଶ ଷଡ଼ଙ୍ଗୀ, ଦେବାଶିଷ ମହାପାତ୍ର, ଛାତ୍ରନେତା ଓମ୍ପ୍ରକାଶ ଦାସ, ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO